ଫୁଲବାଣୀ ଜରାଶ୍ରମ ପରିସର କିମସ୍ ପକ୍ଷରୁ ହେବ ମେଗା ମାଗଣା ସ୍ଵାସ୍ଥ୍ୟ ଶିବିର, ଯୋଗ ଦେବେ କିମସର ଅଭିଜ୍ଞ ଡାକ୍ତର

କନ୍ଧମାଳବାସୀ କିପରି ମାଗଣାରେ ଚିକିସା ପାଇବେ ସେଥିପାଇଁ ଜିଲ୍ଲାବାସୀଙ୍କୁ ଅବଗତ କରାଇବା ନିମନ୍ତେ ମାଇକ୍ ଦ୍ବାରା ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରାଯାଇଛି ।

କନ୍ଧମାଳ(କେନ୍ୟୁଜ୍):   ଆସନ୍ତାକାଲି କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସାର୍ତାଗୁଡା ନିକଟରେ ଥିବା ଜରାଶ୍ରମ ପରିସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତଙ୍କ ଦ୍ବାରା ପ୍ରତିଷ୍ଠିତ କିମସ୍ ପକ୍ଷରୁ ଏକ ମେଗା ସ୍ଵାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିରେ କିମସ୍ ଦ୍ବାରା ମାଗଣାରେ ବିଭିନ୍ନ ରୋଗର ଚିକିତ୍ସା ସହ ଔଷଧ ପ୍ରଦାନ କରାଯିବ। ଏହି ସ୍ଵାସ୍ଥ୍ୟ ଶିବିରରେ ଭୁବନେଶ୍ଵର କିମସର ଅଭିଜ୍ଞ ଡାକ୍ତର ମାନେ ଯୋଗ ଦେଇ ମାଗଣାରେ ଚିକିସା କରିବା ସହ ସ୍ଵାସ୍ଥ୍ୟସେବା ଯୋଗାଇଦେବେ । ଏହି ମାଗଣା ସ୍ଵାସ୍ଥ୍ୟ ଶିବିରକୁ ଯିବା ପାଇଁ ଫୁଲବାଣୀ କରୋନେସନ୍ ପଡିଆ ଠାରୁ ମାଗଣା ବସ୍ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

କନ୍ଧମାଳବାସୀ କିପରି ମାଗଣାରେ ଚିକିସା ପାଇବେ ସେଥିପାଇଁ ଜିଲ୍ଲାବାସୀଙ୍କୁ ଅବଗତ କରାଇବା ନିମନ୍ତେ ମାଇକ୍ ଦ୍ବାରା ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରାଯାଇଛି । ମାଗଣାରେ ହାତ ପାହନ୍ତାରେ ସେବା ପାଇପାରିବେ ବୋଲି କନ୍ଧମାଳବାସୀ ଖୁସି ବ୍ୟକ୍ତ କରିବା ସହ କନ୍ଧମାଳ ସାଂସଦ ଡକ୍ଟର .ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।