Below header

ତିନି ତଲାକକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ, କୁରାଢ଼ିରେ ପତ୍ନୀକୁ ଶେଷ କରିଦେଲା ସ୍ୱାମୀ

ତଲାକକୁ ନେଇ ଚାଲିଗଲା ପତ୍ନୀର ଜୀବନ । ଖୋଦ୍‌ ସ୍ୱାମୀ କରିଛି ଏପରି ଜଘନ୍ୟ କାଣ୍ଡ । ୩ଟି ଶବ୍ଦରୁ ଆରମ୍ଭ ହୋଇଥିବା କଳହ ଶେଷରେ ନେଇଗଲା ପତ୍ନୀର ଜୀବନ ।

ତଲାକକୁ ନେଇ ଚାଲିଗଲା ପତ୍ନୀର ଜୀବନ । ଖୋଦ୍‌ ସ୍ୱାମୀ କରିଛି ଏପରି ଜଘନ୍ୟ କାଣ୍ଡ । ୩ଟି ଶବ୍ଦରୁ ଆରମ୍ଭ ହୋଇଥିବା କଳହ ଶେଷରେ ନେଇଗଲା ପତ୍ନୀର ଜୀବନ । ଚିତ୍କାର ଶୁଣି ମା’କୁ ବଂଚାଇବାକୁ ଧାଇଁ ଆସିଥିବା ୨୦ ବର୍ଷୀୟ ପୁଅ ମଧ୍ୟ ବାପାର କୁରାଢ଼ି ଚୋଟରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଘଟଣ ଘଟିଛି ଉତ୍ତର ପ୍ରଦେଶର ସନ୍ଥ କବୀର ନଗରରେ ।

ସୂଚନା ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ୩ ତଲାକକୁ ନେଇ କିଛି ଦିନ ଧରି ଗଣ୍ଡଗୋଳ ଚାଲିଥିଲା । ପରେ ଏହା ଉଗ୍ର ରୂପ ଧରିବାରୁ ସ୍ୱାମୀ ସଇ ମୋହମ୍ମଦ ତାଙ୍କର ପତ୍ନୀ ତାହାରା ଖାତୁନ (୫୫)ଙ୍କୁ ଏକ କୁରାଢ଼ିରେ ହାଣି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ଚିତ୍କାର ଶୁଣି ପୁଅ ଇସରାର ମା’କୁ ରକ୍ଷା କରିବାକୁ ଆସିଥିବା ବେଳେ ବାପା ସଇ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଫେରାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.