ନୂଆବର୍ଷରେ ନୂଆ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ ଜିଲ୍ଲାପାଳ,ଏସଏଚଜି ମହିଳା ଓ ଚାଷୀଙ୍କ ସହ କେକ କାଟିଲେ ସୁରେନ୍ଦ୍ର କୁମାର ମୀନା

ସୁନ୍ଦରଗଡ଼ : ନୂଆବର୍ଷରେ ନୂଆ ଉଦାହରଣ ସୃଷ୍ଟି କଲେ ଜିଲ୍ଲାପାଳ। ଏସଏଚଜି ମହିଳା ଓ ଚାଷୀଙ୍କ ସହ କେକ କାଟି ନୂଆବର୍ଷ ପାଳିଲେ ସୁନ୍ଦରଗଡ଼ ଜିଲ୍ଲାପାଳ। ରାଜ୍ୟରେ ଆରମ୍ଭ ହୋଇଥିବା ସମବାୟ ସଚେତନତା କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେଇଥିଲେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଏକହଜାରରୁ ଅଧିକ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଯୋଗ ଦେଇଥିଲେ। ସରକାରଙ୍କ ଲୋକାଭିମୂଖୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏସଏଚଜି ମହିଳା ଓ ଚାଷୀଙ୍କ ସହ ମିିଶି କେକ କାଟିଛନ୍ତି। ମହିଳା ଓ ଚାଷୀମାନେ ଜିଲ୍ଲାପାଳ ମୀନାଙ୍କୁ କେକ ମଧ୍ୟ ଖୁଆଇଥିଲେ। ଏହି କାର‌୍ୟ୍ୟକ୍ରମରେ ପାଖାପାଖି ୨କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।