Below header

ଆସନ୍ତା ୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା, ଗଠନ ହେଲା ସମନ୍ୱୟ କମିଟି

ଯାଜପୁରଟାଉନ(କେନ୍ୟୁଜ୍):  ଆସନ୍ତା ୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ୫୦ ହଜାରରୁ ଉର୍ଦ୍ଧ ମୁସଲମାନ ଧର୍ମାବଲମ୍ବୀ ଯୋଗ ଦେଇ ଧର୍ମଚର୍ଚ୍ଚାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଗଠନ ହୋଇଛି ସମନ୍ୱୟ କମିଟି । ଶାନ୍ତିଶୃଙ୍ଖଳାରେ ଏହାକୁ ଶେଷ କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଆୟୋଜନ କାର୍ଯ୍ୟର ସମୀକ୍ଷା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷା ଭବପ୍ରସାଦ ଦାସ,ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର,ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ବଟକୃଷ୍ଣ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସପଂଳ କରିବାକୁ
ଆହ୍ୱାନ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.