Below header

ବାଲିଗୁଡ଼ା : ସୁସ୍ଥ ହେବା ପାଇଁ ଅନ୍ଧବିଶ୍ବାସର ସାହାରା, ଦିବ୍ୟାଙ୍ଗଙ୍କୁ ଓଲଟା ଲଟକାଇ ଦିଆଗଲା ନିଆଁ ଧାସ

ବାଲିଗୁଡ଼ା(କେନ୍ଯୁଜ୍) : ତନ୍ତ୍ର ମନ୍ତ୍ର କରି ପୂଜାର୍ଚ୍ଚନା କଲେ ଦୂର ହୋଇଯିବ ଶାରୀରିକ ଅକ୍ଷମତା । ଏଇ ବିଶ୍ବାସ ଦେଇ ଗୁଣିଆ ପୂଜାପାଠ କଲେ । ଯୁବକଙ୍କୁ ଓଲଟା ଲଟକାଇ ନିଆଁ ଧାସ ଦେଲେ । ଆଉ ପରିଣାମ ଏଇଆ ହେଲା ଯେ ଯୁବକ ଜଣକ ଭଲ ତ ହେଲେ ନାହିଁ ଓଲଟା ନିଆଁ ଚେଙ୍କ ଖାଇଲେ । ଏଭଳି ଅନ୍ଧବିଶ୍ୱାସ ଜନିତ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଭଗାମୁଣ୍ଡା ଅଞ୍ଚଳରେ । ନିଆଁ ଧାସ ଦିଆଯାଉଥିବା ସମୟରେ ଯୁବକ ଜଣଙ୍କ ପୋଡ଼ି ହୋଇ ଯାଇଛନ୍ତି ।

ତାଙ୍କ ଶରୀରର ଏକାଧିକ ଭାଗ ସିଝି ଯାଇଛି । ଆଉ ସବୁଠାରୁ ବଡ଼ କଥା ହେଉଛି, ଗତ ଶନିବାରଠାରୁ ଏପରି ଘଟଣା ଘଟିଥିଲେ ମଧ୍ୟ ପୋଡ଼ି ହୋଇ ଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇନଥିଲା । ମନ୍ଦିରରେ ରଖି ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିରରେ ଲୁଚାଇ ରଖାଯାଇ ଗୁପ୍ତ ପୂଜା କରାଯାଇଥିଲା । ତେବେ ଏପରି ଏକ ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବା ପରେ, ଗୁରୁତର ଯୁବକଙ୍କୁ ବାଲିଗୁଡ଼ା ମେଡିକାଲକୁ ଅଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.