Below header

ଚନ୍ଦ୍ର ବାବୁ ନାଇଡୁଙ୍କ ନାଁରେ ୱାରେଣ୍ଟ

ମୁମ୍ବାଇ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ର ବାବୁ ନାଇଡୁଙ୍କ ନାଁରେ ୱାରେଣ୍ଟ । ୮ ବର୍ଷ ତଳର ଏକ ମାମଲାକୁ କେନ୍ଦ୍ର କରି ମହାରାଷ୍ଟ୍ର ଧର୍ମାବାଦ କୋର୍ଟ ଏହି ଗିରଫ ପରୱାନା ଜାରି କରିଛି । ୨୦୧୦ରେ ବାଭାଲି ପ୍ରକଳ୍ପକୁ ମହାରାଷ୍ଟ୍ର ସରକାରଙ୍କ ବିରୋଧକୁ ନେଇ ତେଲଗୁ ଦେଶମ ପାର୍ଟିର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

CHANDRA BABAU NAIDUଏହି ଘଟଣାରେ ଦଳର ମୁଖ୍ୟ ଚନ୍ଦ୍ର ବାବୁ ନାଇଡୁ, ଆନ୍ଧ୍ରର ଜଳସେଚନ ମନ୍ତ୍ରୀ  ଏବଂ ଅନ୍ୟ ୧୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ଘଟଣାକୁ ଟିଡିପି ପକ୍ଷରୁ ନିନ୍ଦା କରାଯାଇଛି ।  ରାଜନୈତିକି ଉଦ୍ଦେଶ୍ୟ  ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ଏହା ଏକ ଷଡ଼ଯନ୍ତ୍ର ବୋଲି ଟିଡିପି ମୁଖପାତ୍ର କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.