ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ସମ୍ବଲପୁର,(କେନ୍ଯୁଜ୍) : ଗଣପର୍ବ ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଘରେ ଘରେ ନାନା ପିଠା ଓ ବ୍ୟଞ୍ଜନର ମହକ । ଧାର୍ଯ୍ଯ ଲଗ୍ନ ଅନୁଯାୟୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି କରାଯାଇଛି । ମାଁଙ୍କ ପାଖରେ ପୂଜାର୍ଚ୍ଚନା ପରେ ଏକାଠି ବସି ପରିବାର ଲୋକ ନବାନ୍ନ ଭକ୍ଷଣ କରିଛନ୍ତି। ନୂଆଁଖାଇ ସହ ଯୋଡ଼ି ହୋଇଛି ଜୁହାର ଭେଟ ପରଂପରା । ଏହି ଅବସରରେ ସାନମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇଛନ୍ତି । ନୂଆଁଖାଇରେ ବିଭିନ୍ନ ସ୍ଥାନରେ ନାନା ସାଂସ୍କୃତିକ କାର୍ଯ୍ଯକ୍ରମ ମଧ୍ୟ ଆୟୋଜନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.