Below header

ପାଖେଇ ଆସୁଛି ବିଶ୍ୱକର୍ମା ପୂଜା, ଉତ୍ସବମୁଖର ପାରାଦୀପ ସହର

ପାରାଦୀପ(କେନ୍ଯୁଜ୍) : ପାଖେଇ ଆସୁଛି ବିଶ୍ୱକର୍ମାଙ୍କ ପୂଜା । ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ କାମ । ଏହି ଅବସରରେ ଉତ୍ସବ ମୁଖର ହୋଇପଡିଲାଣି ପାରାଦୀପ ସହର । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଭିନ୍ନ ପୂଜା ମଣ୍ଡପକୁ ତୋରଣରେ ସଜାଯାଉଛି । ସମୟ କମ୍‌ ଥିବାରୁ କାରିଗରମାନେ ରାତିଦିନ ଏକ କରିଦେଇଛନ୍ତି । ଏହି ସହରରେ ୭ଦିନ ଧରି ଚାଲିବ ବିଶ୍ୱକର୍ମାଙ୍କ ପୂଜା । ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି । ସେପଟେ ଶାନ୍ତିଶୃଙ୍ଖଳା ପାଇଁ କମିଟି ପକ୍ଷରୁ ଟିମ୍‌ ଗଠନ କରାଯାଇଥିବାବେଳେ ପାରାଦୀପ ବନ୍ଦର ଓ ପୌରପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.