ଘରକୁ ବାହୁଡି ଯିବ ସୁନ୍ଦରୀ

ଅନୁଗୁଳ(କେନ୍ଯୁଜ୍) : ବାନ୍ଧବଗଡ଼ ଫେରିଯିବ ବାଘୁଣୀ। ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି କାବୁ କରାଯିବ । ଡେରାଡୁନ୍‌ର ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଟ୍ରାଙ୍କୁଲାଇଜ୍‌ କରାଯିବ। ଏହାପରେ ତାକୁ ପୁଣି ନିଜ ଘରକୁ ଫେରାଇ ନିଆଯିବ। ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ସାତକୋଶିଆ ଅଭୟାରଣ୍ୟର ହାତୀବାରି ଗାଁ ମୁଣ୍ଡ ପୋଖରୀରେ ଗାଧୋଉଥିବା ବେଳେ କୈଳାସୀ ସାଏଙ୍କୁ ବାଘୁଣୀ ସୁନ୍ଦରୀ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଥିଲା।

sundariଘଟଣାସ୍ଥଳରେ ଅନୁଗୁଳ ଏସ୍‌ପି ଓ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସାତକୋଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ କାହ୍ନାରୁ ଅଣାଯାଇଥିଲା ମହାବଳ ବାଘ ମହାବୀର । ଆଉ ଏହାପରେ ବାନ୍ଧବଗଡ଼ରୁ ଆସିଥିଲା ବାଘୁଣୀ ସୁନ୍ଦରୀ । ଆଗାମୀ ଦିନରେ ଆଉ ୨ ଯୋଡ଼ା ମହାବଳ ବାଘ ମଧ୍ୟପ୍ରଦେଶରୁ ଅଣାଯିବାର ମଧ୍ୟ ଯୋଜନା ରହିଛି । ହେଲେ ଏବେ ବାଘବାଘୁଣୀ ଓ ଜଙ୍ଗଲ ନିକଟ ଜନବସତିର ଲୋକଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.