Below header

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍) : ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି । ଜଷ୍ଟିସ୍‌ ଏସ.ଏ ବୋଦେ ଏବଂ ଜଷ୍ଟିସ୍‌ ଅବଦୁଲ ନଜିରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଶୁଣାଣି ବେଳେ ପୁରୀ ହିଂସାକାଣ୍ଡ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିଥିବା ବେଳେ ଆମିକସ୍‌ କ୍ୟୁରି ତାଙ୍କ ରିପୋର୍ଟରେ ହିଂସା ସୃଷ୍ଟିକାରୀଙ୍କ ଠାରୁ ୪୫ଲକ୍ଷ ଟଙ୍କା କ୍ଷତିଭରଣା କରିବାକୁ ଆବେଦନ କରିଛନ୍ତି । ଶୁଣାଣି ସମୟରେ ୯ ଇଣ୍ଟରଭେନର ତାଙ୍କର ପକ୍ଷ ରଖିବାକୁ ତାଲିକାଭୁକ୍ତ ହୋଇଛନ୍ତି । ହେଲେ ସେମାନେ ଜବାବ ଦେବାକୁ ସକ୍ଷମ ହେବେ ନାହିଁ ବୋଲି ସୂଚନା ମିଳିଛି । ଅନ୍ୟପଟେ ପୁରୀ ଶଙ୍କରାଚାର‌୍ୟ୍ୟ, ଇଣ୍ଡିକ୍‌ କଲେକ୍ଟିଭ୍‌ ଟ୍ରଷ୍ଟ, ହିନ୍ଦୁ ଧର୍ମାଚାର୍ଯ୍ୟ ସଭା ଟ୍ରଷ୍ଟ ଓ ଗୌରଶଙ୍କର ସିଂହାରୀଙ୍କ ଆବେଦନ ତାଲିକାଭୁକ୍ତ ହୋଇନଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.