ଓକିଲଙ୍କ ଆନ୍ଦୋଳନ ଯେଗୁଁ ହାଇକୋର୍ଟରେ କାର୍ଯ୍ୟ ଦିବସ କେତେ ପ୍ରଭାବିତ ହୋଇଛି ତାର ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ଦିଲ୍ଲୀ):   ବିଚାରପଦବୀ ପୂରଣ ସହ ବିଭିନ୍ନ ଦାବି ନେଇ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦେଳନ ହେଉଛି। ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି। ଅର୍ଦ୍ଦସାମରିକ ବାହିନୀ ମୁତୟନ ଯାଏ କଥା ପହଞ୍ଚି ଯାଇଥିଲା। ସର୍ବୋଚ୍ଚ ଅଦାଲତ କହିଛନ୍ତି, ସୂଚନା ମୁତାବକ ଆନ୍ଦୋଳନର ମୂଳରେ ରହିଛି, କଲିଜିୟମ ସୁପ୍ରିମକୋର୍ଟର କିଛି ଓକିଲଙ୍କ ନାଁ ସୁପାରିଶ କରିଥିଲେ। ଆଉ କିଛି ଜଣଙ୍କ ନାଁକୁ ସୁପାରିଶ କରି ନଥିଲେ। ଏହାକୁ ନେଇ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା କୌଣସି କାରଣ ନାହିଁ। ସେପଟେ ବରିଷ୍ଠ ଆଇନଜୀବୀ କହୁଛନ୍ତି, ଓକିଲଙ୍କ ଆନ୍ଦୋଳନର ଏହା ଏକମାତ୍ର କାରଣ ନୁହଁ।

ଗତ କାଲି ସୁପ୍ରିମକୋର୍ଟରେ ଏ ମାମଲା ଶୁଣାଣି ବେଳେ ଉପସ୍ଥିତ ଥିଲେ ଆଟର୍ନି ଜେନେରାଲ। କହିଥିଲେ, କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ମାମଲା ପୂର୍ବରୁ ମଧ୍ୟ କୋର୍ଟରେ ପହଞ୍ଚିଛି। ସାମ୍ବିଧାନିକ ଖଣ୍ଡପୀଠରେ ମଧ୍ୟ ଶୁଣାଣି ହୋଇଛି। ଲ କମିଶନ ରିପୋର୍ଟ ମୁତାବକ ଓକିଲଙ୍କ ଅନାବଶ୍ୟକୀୟ ଆନ୍ଦୋଳନ ଯୋଗୁଁ ବହୁ କାର୍ଯ୍ୟ ଦିବସ ନଷ୍ଟ ହେଉଛି। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ୨୦୧୮-୧୯ ରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟ ଗୁଡ଼ିକରେ କେତେ କାର୍ଯ୍ୟ ଦିବସ ନଷ୍ଟ ହୋଇଛି ସତ୍ୟପାଠ ମାଧ୍ୟମରେ ତାର ବିସ୍ତତ ବିବରଣୀ ଦେବାକୁ ଓଡ଼ିଶା ହାଇକୋର୍ଟ କାଉନସେଲକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କାର୍ଯ୍ୟବନ୍ଦ ମାମଲାରେ ଆସନ୍ତା ୮ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଓଡ଼ିଶା ବାର କାଉନସିଲ ସଭାପତି ଓ ହାଇକୋର୍ଟ ବାର ଆସୋସିସନ୍‌ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।