Below header

ପୁରୀ: ଯନ୍ତ୍ରଣା ଦେଉଛି କର୍କଟ ରୋଗ, ଅର୍ଥ ଅଭାବରୁ ବାବାଜୀଙ୍କୁ ଚିକିତ୍ସା କରିପାରୁ ନାହାନ୍ତି ପରିବାର ଲୋକେ

ପୁରୀ(କେନ୍ୟୁଜ୍):  ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାବାଜୀ । ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ଦୀର୍ଘ ୩ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ପୁରୀ ଜିଲ୍ଲା ଗୋପ ବ୍ଳକ ଦେସ୍ଥଳୀ ପଞ୍ଚାୟତ କୋଲର ଗାଁର ବାବାଜୀ ବେହେରା । ପରିବାର କହିଲେ ବୁଢୀ ମାଆ, ପତ୍ନୀ ଓ ପୁଅ । ରୋଗାକ୍ରାନ୍ତ ହେବା ପରେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି । କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ଅକାମୀ ହୋଇପଡିଛି । ରୋଗ ଏବେ ଜୀବନ ଜୀବିକା ସବୁ କିଛି ଛଡାଇ ନେଇଛି । ଗତ ୩ ବର୍ଷ ତଳେ ପ୍ରଥମେ ଗୋଡ଼ରେ ଫୋଟକା ହୋଇଥିଲା । ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ କର୍କଟ ହୋଇଥିବା ଜଣାପଡିଥିଲା । ଏବେ ଅପରେସନ ପାଇଁ ୩ଲକ୍ଷ ଟଙ୍କା ଦରକାର । ଏତେ ଟଙ୍କା କେଉଁଠୁ ଆଣିବେ, କଣ କରିବେ, ସେ ଚିନ୍ତାରେ ପୂରା ପରିବାର । ଏବେ ବାବାଜୀ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ । କେବଳ ମାସକୁ ୨୦ କେଜି ଚାଉଳ ମିଳୁଛି । ଏତିକିରେ ୩ପ୍ରାଣୀଙ୍କ ବଞ୍ଚିବା କଷ୍ଟକର । ସେପଟେ ଏ ସମ୍ପର୍କରେ ଗୋପ ବିଡିଓଙ୍କୁ ଅବଗତ କରାଯାଇଛି । ତାଙ୍କର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଆବେଦନ କରାଯିବ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.