Below header

ରାଜନୀତିରେ ଏଣ୍ଟ୍ରି କରିବେ ବିଧାୟକ ସୁର ରାଉତରାୟଙ୍କ ପୁଅ, ବାପାଙ୍କ ଗ୍ରୀନ ସିଗନାଲ ପରେ ରାଜନୀତି ମଇଦାନକୁ ଓହ୍ଲାଇବେ ସିଦ୍ଧାର୍ଥ

କେନ୍ୟୁଜ୍(ବ୍ୟୁରୋ): ଆମେରିକାରୁ ଆସିଲେ ଉତ୍ତରାଧିକାରୀ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ରାଜନୀତି ମଇଦାନକୁ ଓହ୍ଲାଇବାକୁ ମନ ବଳାଇଛନ୍ତି । ରାଜ୍ୟ କଂଗ୍ରେସ ଭବନରେ ବାପାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି । ଗତ ନିର୍ବାଚନରେ ସିଦ୍ଧାର୍ଥ ବାପାଙ୍କ ଷ୍ଟ୍ରାଟେଜି ମ୍ୟାନେଜର ଥିଲେ । ପଞ୍ଚାୟତ ଓ ବ୍ଲକ ସ୍ତରରୁ ଭୋଟ ଜଗି ବାପାଙ୍କୁ ବିଜୟୀ କରାଇଥିଲେ । ଆଗକୁ ସିଦ୍ଧାର୍ଥ ରାଜନୀତିକୁ ଆସିବାକୁ ମନ ବଳାଇଛନ୍ତି । ଆଉ ପୁଅ ନିର୍ବାଚନ ଲଢ଼ିଲେ ଭଲ ଫଳାଫଳ ହେବ ବୋଲି କହିଛନ୍ତି ସୁର ।

sura routaray

ବାପାଙ୍କ ଲିଗାସୀରେ ପୁଅ ରାଜନୀତିକୁ ଆସିବା ନୂଆ କଥା ନୁହଁ । ୧୯’ ନିର୍ବାଚନରେ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ପାରାଦୀପରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି । ସେହିପରି ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବାସୁଦେବପୁର ବିଧାନସଭା ଆସନରୁ ଜିତିଛନ୍ତି । ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀ ବାଙ୍କୀରୁ ନିର୍ବାଚନ ଲଢ଼ି ହୋଇଛନ୍ତି ବିଧାୟକ । ସେହିପରି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ କଟକ-ଚୌଦ୍ୱାର ଆସନରୁ ଲଢି ବିଜୟୀ ହୋଇଥିଲେ । ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରେ ନିର୍ବାଚନ ଲଢ଼ିଥିଲେ । ଏବେ ଆଗକୁ ସୁରଙ୍କ ପୁଅ ସିଦ୍ଧାର୍ଥ ଜଟଣୀରୁ ନିର୍ବାଚନ ଲଢିପାରନ୍ତି ।ଜଟଣୀ ଆସନରୁ ଛଅ ଛଅ ଥର ବିଧାୟକ ହୋଇଛନ୍ତି ସୁର ରାଉତରାୟ । ଗତ ନିର୍ବାଚନରେ ତାଙ୍କ ବିଜୟ ପଛରେ ଥିଲା ପୁଅ ସିଦ୍ଧାର୍ଥଙ୍କ ରଣନୀତି । ଆଗକୁ ରାଜନୀତିରେ ସିଦ୍ଧାର୍ଥଙ୍କ ଷ୍ଟ୍ରାଟେଜି ଉପରେ ରହିବ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.