ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା, ମାର୍ଚ୍ଚ ୨୮ତାରିଖ ଯାଏ ଚାଲିବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୮ତାରିଖ ଯାଏ ଚାଲିବ ପରୀକ୍ଷା। ମାର୍ଚ୍ଚ ୩ରୁ ୨୮ ଯାଏ ବିଜ୍ଞାନ ପରୀକ୍ଷା ହେବ। ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ୨୬ ଯାଏ ଚାଲିବ । ଯୁକ୍ତ ଦୁଇ କଳା ପରୀକ୍ଷା ମାର୍ଚ୍ଚ ୪ରୁ ୨୭ ଯାଏ ଚାଲିବ । ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୧୬ରୁ ୨୮ ଯାଏ ଚାଲିବ। ଚଳିତ ବର୍ଷ ସାଢ଼େ ୩ ଲକ୍ଷ ଛାତ୍ରୀଛାତ୍ରୀ ଦେବେ ପରୀକ୍ଷା। ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୭ରୁ ଆରମ୍ଭ ହେବ। ଫେବ୍ରୁଆରୀ ୫ ଯାଏ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା।କଳାରେ ୨,୧୮,୮୩୧ଜଣ ଛାତ୍ରଛାତ୍ରୀ,ବାଣିଜ୍ୟରେ ୨୫,୭୭୦ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ତା ସହ ବିଜ୍ଞାନରେ ୯୭,୫୩୬ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା ।ମୋଟ ୩,୪୯,୧୫୪ ଜଣ ଛାତ୍ରୀଛାତ୍ରୀ ଦେବେ ପରୀକ୍ଷା। ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.