କେନ୍ୟୁଜ ଡିଜିଟାଲ ପୋର୍ଟାଲର ଶୁଭ ଉଦଘାଟନ କଲେ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଶୁଭେଚ୍ଛୁ

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଟିଭିର ଡିଜିଟାଲ ଶାଖା କଳିଙ୍ଗ ଟିଭି ପୋର୍ଟାଲ ଏବଂ କେ ନ୍ୟୁଜ୍‌ ଓଡ଼ିଶାର ଡିଜିଟାଲ ନ୍ୟୁଜ୍‌ ଡେସ୍କର ଆଜି ଉଦ୍‌ଘାଟନ ହୋଇଛି । ସନ୍ଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ ।

 ଏହା ସହିତ ବର୍ତ୍ତମାନର ଡିଜିଟାଲ ଦୁନିଆରେ କଳିଙ୍ଗ ଟିଭି ଭଳି ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ବରିଷ୍ଠ ସାମ୍ବାଦିକ ଉମାପଦ ବୋଷ, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ଡେପୁଟି ଚିଫ୍‌ ଏଡିଟର ଦୁର୍ଗାମାଧବ ମିଶ୍ର, ଡିଜିଟାଲ ଶାଖାର ମୁଖ୍ୟ ଦୁର୍ଗା ପ୍ରସାଦ ତ୍ରିପାଠୀ ଏବଂ କେ ନ୍ୟୁଜ୍‌ ଓଡ଼ିଶାର ସମ୍ପାଦକ ହିମାଂଶୁ ଶେଖର ପତିମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଅନେକ ଶୁଭେଚ୍ଛୁ ଯୋଗ ଦେଇ ଡିଜିଟାଲ ଶାଖାର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.