Below header

ଗଫୁରଙ୍କ ବିବାଦୀୟ ଟ୍ଵିଟ ପରେ ରାୱଲପିଣ୍ଡି ଏକ୍ସପ୍ରେସଙ୍କ ବାଉନସର, ପାକ୍‌ର ମୁଖା ଖୋଲିଦେଲେ ସୋଏବ ଅଖତର

କେନ୍ୟୁଜ୍(ବ୍ୟୁରୋ):ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ୍‌ ଅସିଫ ଗଫୁରଙ୍କ ବିବାଦୀୟ ଟ୍ଵିଟ୍‌ ପରେ, ରାୱଲପିଣ୍ଡି ଏକ୍‌ସପ୍ରେସଙ୍କ ବାଉନ୍‌ସର । ପାକିସ୍ତାନ ମୁଖା ଖୋଲି ଦେଲେ ତାଙ୍କ ଦେଶର ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତର। ଧର୍ମକୁ ନେଇ ପାକ୍‌ରେ କିପରି ବାଛବିଚାର ହେଉଛି ତା’ର କରିଛନ୍ତି ପର୍ଦ୍ଦାଫାସ । କହିଛନ୍ତି, କ୍ରିକେଟ ଖେଳାଳି ଡାନିସ କାନାରିଆ ହିନ୍ଦୁ ଥିବାରୁ ତାଙ୍କୁ ଦଳରେ ବାଛ ବିଚାର କରାଯାଉଥିଲା। ଏପରିକି ସାଥି ଖେଳାଳି ତାଙ୍କ ସହ ଖାଇବାକୁ ମଧ୍ୟ ପସନ୍ଦ କରୁ ନଥିଲେ। ସେ ହିନ୍ଦୁ ଥିବାରୁ ତାଙ୍କୁ ସେକେଣ୍ଡ କ୍ଲାସ ସିଟିଜନ ଭଳି ବ୍ୟବହାର କରାଯାଉଥିଲା।

ଡାନିସ କାନେରିଆ ଜଣେ ସ୍ପିନ୍‌ ବୋଲର। ସେ ୬୧ଟେଷ୍ଟ ଖେଳି ୨୬୧ଟି ୱିକେଟ ନେଇଛନ୍ତି । ୨୦୧୦ରେ ସେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ।ସୋଏବଙ୍କୁ ଧନ୍ୟବାଦ ଜଣାଇ ଏହି କଥା ସମ୍ପୂର୍ଣ୍ଣ ସତ ବୋଲି କହିଛନ୍ତି ଡାନିସ କାନାରିଆ। ଏ ଘଟଣାକୁ ନେଇ ରାଜନୀତି ନ କରିବାକୁ କହି ଏକ ବିବୃତି ଜାରି କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ସହଯୋଗ ଆଶା ରଖିଥିବା କହିଛନ୍ତି ଡାନିସ।

pak plyer

ଦିନକ ତଳେ, ଖ୍ରୀଷ୍ଟମାସ ଅବସରରେ ପାକ୍‌ ସେନା ମୁଖପାତ୍ର ଗଫୁର ଟ୍ଵିଟ। ବିଶ୍ୱର ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଲେଖିଥିଲେ, ଓଡ଼ିଶାରେ ହିନ୍ଦୁତ୍ୱ ପ୍ରାଧାନ୍ୟ ପରିବେଶରେ ରହୁଥିବା ଖ୍ରୀଷ୍ଟୀୟାନ୍‌ଙ୍କୁ ଶୁଭେଚ୍ଛା ଜଣାଉଛିା ସର୍ବ ଧର୍ମ ସମନ୍ଵୟ ରାଜ୍ୟ ଓଡ଼ିଶା ଉପରେ ଗଫୁରଙ୍କ ଟ୍ଵିଟ୍‌କୁ ଦେଶରେ ସବୁ ମହଲରେ ନିନ୍ଦା କରାଯାଇଥିଲା। ଏବେ ତାଙ୍କ ଦେଶରେ ହିଁ ଜଣେ କ୍ରିକେଟର, ପାକିସ୍ତାନର ମୁଖା ଖୋଲିଦେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.