Below header

୫ ମାସର ଗର୍ଭବତୀ ଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ବୋହୂର ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ, ପରିବାର ସହ ଭଡାରେ ରହୁଥିଲେ ଯାଜପୁର ଅଞ୍ଚଳର ସୁବୀର ମୁଦୁଲି । ୨୦୧୯, ଡିସେମ୍ବର ୬ ତାରିଖରେ ନୟାଗଡ଼ ଓଡଙ୍ଗା ଅଞ୍ଚଳର ସୁଚିସ୍ମିତା ସାହୁଙ୍କୁ ସେ ବିବାହ କରିଥିଲେ ।

deathତେବେ ସୁବିର ଓ ସୁଚିସ୍ମିତା ଉଭୟ ଆଇଓସିଏଲରେ ଚାକିରି କରନ୍ତି । ସବୁଠାରୁ ବଡ କଥା, ସୁଚିସ୍ମିତା ଏବେ ୫ ମାସର ଗର୍ଭବତୀ ଥିଲେ। କିନ୍ତୁ ହଠାତ୍ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଅନ୍ଯପଟେ ସୁଚିସ୍ମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଗତକାଲି ଝିଅ ସହ କଥା ହୋଇଥିବା କହିଛନ୍ତି ପରିବାର ଲୋକ । ତେଣୁ ଝିଅକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ସୁଚିସ୍ମିତାଙ୍କ ପରିବାର । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.