Below header

ସୁନାବେଶରେ ପୁରୀ ଆସୁଥିଲେ ଜାଣନ୍ତୁ କିଏ କେଉଁଠି କରିବେ ଗାଡି ପାର୍କିଂ

ସୁନାବେଶରେ ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ଯାଏ ସମସ୍ତ ରାସ୍ତାକୁ କୌଣସି ଗାଡ଼ି ନ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୯ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ଆମ୍ବୁଲାନ୍‌ସ ପାଇଁ ଗ୍ରୀନ୍‌ କରିଡ଼ର ବ୍ୟବସ୍ଥା କରାଯାଇଛି। ସୁନାବେଶରେ କେବଳ ଟ୍ରାଫିକ ଦାୟିତ୍ୱରେ ୫୧ ପ୍ଲାଟୁନ୍‌ ଫୋର୍ସ ରହିବେ।

ପୁରୀ (କେନ୍ୟୁଜ): ଆଜି ସୁନାବେଶରେ ଝଟକିିବେ ବିଶ୍ୱନିୟନ୍ତା। ମହଣ ମହଣ ସୁନା ଓ ରତ୍ନଅଳଙ୍କାରରେ ଆଭୂଷିତ ହେବେ ରଥାରୁଢ଼ ଦାରୁବିଗ୍ରହ । ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ। ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ପାଇଁ ପୁରୀରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଅପରାହ୍ନ ୩ ଟାରୁ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେଥିପାଇଁ ଚାରିଆଡୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି । ପ୍ରବଳ ଭିଡ ଆଶଙ୍କା କରି ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯାଇଛି ।

ସୁନାବେଶ ପାଇଁ ଟ୍ରାଫିକ ଗାଇଡଲାଇନ୍‌ କରାଯାଇଛି । ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌ । ଟ୍ରାଫିକ ମୋବିଲିଟି ପାଇଁ ଡ୍ରୋନ୍‌ ମୁତୟନ କରାଯିବ । ଯାତ୍ରୀମାନେ କେଉଁ ବାଟ ଦେଇ ବଡ଼ ଦାଣ୍ଡକୁ ଯିବେ ଏବଂ କେଉଁଠି ସେମାନଙ୍କ ବାଇକ୍‌, କାର୍‌ ଓ ବସ୍‌ ପାର୍କିଂ କରିବେ ସେନେଇ ସୂଚନା ଦେଇଛନ୍ତି ଟ୍ରାଫିକ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁର। ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ଯାଏ ସମସ୍ତ ରାସ୍ତାକୁ କୌଣସି ଗାଡ଼ି ନ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୯ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ଆମ୍ବୁଲାନ୍‌ସ ପାଇଁ ଗ୍ରୀନ୍‌ କରିଡ଼ର ବ୍ୟବସ୍ଥା କରାଯାଇଛି। ସୁନାବେଶରେ କେବଳ ଟ୍ରାଫିକ ଦାୟିତ୍ୱରେ ୫୧ ପ୍ଲାଟୁନ୍‌ ଫୋର୍ସ ରହିବେ।

କିଏ କେଉଁଠି କରିବେ ପାର୍କିଂ

ଭୁବନେଶ୍ୱର ପଟୁ ଆସୁଥିବା ୪ ଚକିଆ ଗାଡ଼ି ଶ୍ରୀବିହାର ଛକରେ ରହିବ

ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲ୍ଲଭ ଓ ମାଟିତୋଟାରେ ରହିବ

ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଗାଡ଼ି ଯାତ୍ରିକା, ନାଲିପଡିଆରେ ରହିବେ

କୋଣାର୍କ ପଟୁ ଆସୁଥିବା ୪ ଚକିଆ ଗାଡ଼ି ତାଳବଣିଆରେ ରହିବ

ଦୁଇ ଚକିଆ ଗାଡ଼ି ବ୍ଲୁ ଫ୍ଲାଗ ବିଚ୍‌ରେ ପାର୍କିଂ କରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.