Below header

ବ୍ରହ୍ମଗିରି: ଗୋଟିଏ ପରିବାରର ୮ ଜଣଙ୍କୁ କରୋନା, କୋଭିଡ ହସ୍ପିଟାଲ ଯିବା ପାଇଁ ଅମଙ୍ଗ, ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ଫେରାଇ ଦେଲେ

ବ୍ରହ୍ମଗିରି(କେନ୍ୟୁଜ୍): ଅସହଯୋଗ କହୁଛନ୍ତି  କରୋନା ଆକ୍ରାନ୍ତ।  ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଖାନା ଯିବା ପାଇଁ ସହମତି ପ୍ରକାଶ କରୁନାହାନ୍ତି କିଛି ବ୍ୟକ୍ତି। ଏଭଳି ଏକ ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି କହଳପଦା ଗାଁରେ ଘଟିଛି। ଗୋଟିଏ ପରିବାର ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲ  ନେବା  ପାଇଁ ଏକ ଟିମ୍ ସହ ତହସିଲଦାର  ନିଜେ ଯାଇଥିଲେ।

ହେଲେ ପରିବାର ଲୋକେ ଡାକ୍ତରଖାନା ଯିବେନାହିଁ ବୋଲି କହି ଅସହଯୋଗ କରିଥିଲେ। ଏପରିକି ରେବଣା ନୂଆଗାଁ ଇନଚାର୍ଜ ସେମାନଙ୍କୁ ପଜିଟିଭ ରିପୋର୍ଟ ଦେଖାଇଥିଲେ ମଧ୍ୟ ସେମାନେ ମାନିନଥିଲେ। ରିପୋର୍ଟ ଭୁଲ ଥିବା କହି ତହସିଲଦାରଙ୍କ ଟିମ୍ ସହ  ପାଟିତୁଣ୍ଡ କରିଥିଲେ। କିନ୍ତୁ ତହସିଲଦାର ତାଙ୍କୁ ବୁଝାସୁଝା କଲା ବେଳେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।

ପରିବାର ଲୋକଙ୍କ ଏଭଳି ଆଚରଣ ଦେଖି ସେମାନଙ୍କୁ ସେଠାରୁ ନଆଣି ଫେରିଆସିଥିଲେ। ସେପଟେ ଏନେଇ ବ୍ରହ୍ମଗିରି ଥାନାରେ ଲିଖତ ଅଭିଯାଗ କରିଛନ୍ତି। ତେବେ ୭ ଦିନ ତଳେ ଉକ୍ତ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଯହା ପ୍ରଶାସନ ପାଇଁ ଚିନ୍ତା ବଢାଇଛି। କିନ୍ତୁ ଏଥିରେ ଭୃକ୍ଷେପ ନକରି ନିୟମକୁ ଉଲଂଘନ କରିଚାଲିଛନ୍ତି ଏହି ପରିବାର। ଯେହେତୁ ଏମାନେ ହସ୍ପିଟାଲ ଯାଇନାହାନ୍ତି ତେଣୁ ଅଞ୍ଚଳାବସୀ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଥିବାର ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.