ଆସନ୍ତା ୧୨ ତାରିଖରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ ଟୀକା

ଅଗଷ୍ଟ ୧୨ରେ ରୁଷ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଲଞ୍ଚ କରିବାକୁ ଯାଉଛି । ଆସନ୍ତା ୧୨ରେ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଭାବେ ଏହା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ଋଷିଆର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ୍‌ ଗ୍ରିଦ୍‌ନେଭ ପ୍ରକାଶ କରିଛନ୍ତି । କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ଋଷିଆର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡମିଓଲୋନି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଏକ ଫଳପ୍ରଦ ଟିକା ବିକଶିତ ହୋଇଛି ବୋଲି ଦାବି କରାଯାଇଛି ।

ପ୍ରଥମେ ଦେଶର ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କଠାରେ ଏହାର ପ୍ରୟୋଗ କରାଯିବ ବୋଲି ଓଲେଗ୍‌ ଗ୍ରିଦ୍‌ନେଭ କହିଛନ୍ତି।ଏହି ଟିକା ମଣିଷ ଶରୀରରେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିବା ବେଳେ ଏହାର ପ୍ରୟୋଗ ପାଇଁ ଆବଶ୍ୟକ ଅନୁମତି ଓ ପ୍ରସ୍ତୁତି ପାଇଁ କାଗଜପତ୍ର ଶେଷ ହୋଇଛି ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.