Below header

ଯାଜପୁରରେ ନୀଳାଚଳ ଇସ୍ପାତ ବା NINLକୁ କିଣିବ ଟାଟା ଷ୍ଟିଲ୍‌, କ୍ଷତି ଯୋଗୁ ଗତବର୍ଷ ଠାରୁ ବନ୍ଦ ରହିଥିଲା କମ୍ପାନୀ

କେନ୍ୟୁଜ୍(ବ୍ୟୁରୋ): ଯାଜପୁରରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ ବା NINLକୁ କିଣିବ ଟାଟା । ୧୨ହଜାର ଶହେ କୋଟି ଟଙ୍କାରେ ଟାଟା ଷ୍ଟିଲ୍‌ କିଣିବ । ଟାଟାର ସର୍ବାଧିକ ବିଡିଂକୁ ଅନୁମୋଦନ ଦେଇଛି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍‌ କମିଟି । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ରହିଛି ନୀଳାଚଳ ଇସ୍ପାତ କାରଖାନା । ଯୌଥ ଉଦ୍ୟୋମରେ ଚାଲିଥିଲା କାରଖାନା । ଏହାର ଉତ୍ପାଦନ କ୍ଷମତା ରହିଛି ୧.୧ ମିଲିଅନ୍‌ ଟନ୍‌ । ବିପୁଳ କ୍ଷତି ଯୋଗୁ ଗତବର୍ଷ ମାର୍ଚ୍ଚ ୩୦ ତାରିଖରୁ ବନ୍ଦ ହୋଇଯାଇଥିଲା ନୀଳାଚଳ ଇସ୍ପାତ କାରଖାନା ।

କମ୍ପାନୀ ଉପରେ ରହିଛି ୬ହଜାର ୬୦୦ କୋଟି ଟଙ୍କାର ଋଣ ବୋଝ । କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ବର୍ଷେ ତଳେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଗତବର୍ଷ ଜାନୁଆରୀ ୨୫ ତାରିଖରେ ଏକ୍ସପ୍ରେସନ୍‌ ଅଫ୍‌ ଇନଟ୍ରେଷ୍ଟ ଆହ୍ଵାନ କରାଯାଇଥିଲା । ଏବେ କାରଖାନା ବିକ୍ରି ଓ ଟାଟାଷ୍ଟିଲକୁ ମାଲିକାନା ମିିଳିବା ନେଇ କର୍ମଚାରୀ,ବିସ୍ଥାପିତ, ଜମିହରା ସମସ୍ତେ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.