ଗରିବଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା, ହେଲେ ଏଥିରୁ ବାଦ୍‌ ପଡୁଛନ୍ତି ପ୍ରକୃତ ହିତାଧିକାରୀ

କେନ୍ଦୁଝର : ଗରିବଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍‌ ପଡୁଛନ୍ତି । ଝୁମ୍ପୁରା ବ୍ଲକ୍‌ ସାିଁଟିସାହୁ ଗାଁର ଭରତ ନାୟକ । ମୂଲ ଲାଗି ପରିବାର ପୋଷଣ କରନ୍ତି । ହେଲେ ଗତ ୩ବର୍ଷ ହେଲା ସେ ଟିବି ରୋଗରେ ଆକ୍ରାନ୍ତ । ପରେ ମେରୁଦଣ୍ଡ ଅକାମୀ ହୋଇ ଘରେ ପଡ଼ି ରହିଛନ୍ତି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏବେ ଘରର ସବୁ ଦାୟିତ୍ୱ ଭରତଙ୍କ ସ୍ତ୍ରୀ ସଙ୍ଗୀତାଙ୍କ ଉପରେ । ପର ଘରେ କାମ କରି ପରିବାରର ୪ ପ୍ରାଣୀଙ୍କୁ ଦାନା ଯୋଗାଉଛନ୍ତି । ଏମାନଙ୍କ ପାଖରେ ଏପର‌୍ୟ୍ୟନ୍ତ କୌଣସି ସରକାରୀ ସହାୟତା ପହଞ୍ଚିପାରିନାହିଁ।

ଅର୍ଥ ଅଭାବରୁ ଏବେ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧାହୋଇଛି । ଆଉ ସମସ୍ତ ସରକାରୀ ଯୋଜନା ଯେମିତି ଏମାନଙ୍କ ପାଇଁ ଅପହଞ୍ଚ ପାଲଟିଛି। ସେପଟେ ଝୁମ୍ପୁରା ସରପଞ୍ଚ କହିଛନ୍ତି, ଭରତଙ୍କ ଅଧିକ ଚିକିତ୍ସା ପାଇଁ ଚେଷ୍ଟା କରାଯାଉଛି। ଭରତଙ୍କ ଅଧିକ ଚିକିତ୍ସା ହୋଇପାରିଲେ ଏ ପରିବାର ମୁହଁରେ ହସ ଫୁଟନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.