Below header

୨୧ରେ ରାଜଧାନୀରେ ଆୟୋଜିତ ହେବ ଶିକ୍ଷକ ଅଧ୍ୟାପକ ସମାବେଶ

ଭୁବନେଶ୍ବର(କେନ୍ୟୁଜ୍ ) : ଆସନ୍ତା ୨୧ ତାରିଖରେ ରାଜଧାନୀ ରାଜରାସ୍ତାରେ ମହାସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ସେହିପରି ୨୪ ତାରିଖ ଯାଏ ଆନ୍ଦୋଳନ ଜାରି ରହିବ । ମଞ୍ଚର ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ଆଜି ୪ର୍ଥ ଦିନରେ ପହଞ୍ଚିଛି ।

ସର୍ତ୍ତମୂଳକ ଅନୁଦାନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ଚାକିରି ସର୍ତ୍ତାବଳୀ ଆଦି ପ୍ରଦାନ ଦାବି ନେଇ ହଜାର ହଜାର ଶିକ୍ଷକ, ଅଧ୍ୟାପକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟ ସରକାର ବ୍ଲକଗ୍ରାଣ୍ଟକୁ ଉଚ୍ଛେଦ କରି ନୂଆ ଆଇନ ପ୍ରଣୟନ କରିଛନ୍ତି । ଯାହାକୁ ସଂଘ ପ୍ରତ୍ୟାଖାନ କରିଛି । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.