ଡ଼୍ରାମା ଇମୋସନ୍ ଏବଂ ହ୍ଯୁମରରେ ଭରା ବତି ଗୁଲ ମିଟର ଚାଲୁର ଟ୍ରେଲର

ମୁମ୍ବାଇ : ରିଲିଜ ହେଉ ହେଉ ୟ୍ୟୁଟ୍ୟୁବରେ ଧମାଲ ମଚେଇଛି ଅପକମିଙ୍ଗ ଫିଲ୍ମ ବତି ଗୁଲ୍‌ ମିଟର ଚାଲୁର ଟ୍ରେଲର । ୩ମିନିଟ‌ର ଏହି ଟ୍ରେଲରରେ ରହିଛି ଭରପୁର ଡ୍ରାମା, ଇମୋସନ୍‌  ଓ ହ୍ୟୁମର। ଲିଡ୍‌ ରୋଲରେ ଅଭିନୟ କରିଛନ୍ତି ବଲିଉଡ଼ର ଡ଼୍ଯନ୍ସିଂ ସୁପରଷ୍ଟାର ଶାହିଦ କପୁର, ଶ୍ରଦ୍ଧା କପୁର ଓ ୟାମୀ ଗୌତମ।

ନିଶ୍ଚିତ ପଢ଼ନ୍ତୁ : ପ୍ରିୟଙ୍କାଙ୍କ ପରେ ଆମିର : ପଟାକାର ଟ୍ରେଲର ଦେଖି କଲେ ତାରିଫ୍

ଫିଲ୍ମରେ ପ୍ରଥମ ଥର ପାଇଁ ଓକିଲ ଭୂମିକାରେ ନଜର ଆସିଛନ୍ତି ୟାମୀ। ଫିଲ୍ମରେ ଦିବ୍ୟାଂଶୁ ଶର୍ମା ଓ ଶାହିଦ କପୁର ଅନ୍ତରଙ୍ଗ ବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି। ସାଧାରଣ ଲୋକେ ଭୋଗୁଥିବା ବିଜୁଳି ସମସ୍ୟା ଉପରେ ରହିଛି ଫିଲ୍ମର କାହାଣୀ। ତେବେ କାହାଣୀରେ ଟ୍ଵିଷ୍ଟ ଆସୁଛି ଯେତେବେଳେ ଦିବ୍ୟାଂଶୁଙ୍କ ଫ୍ୟାକ୍ଟିର ବିଜୁଳି ବିଲ୍‌ ୫୪ଲକ୍ଷ ଟଙ୍କା ଆସୁଛି। ଏହାପରେ ଆରମ୍ଭ ହେଉଛି ଲଢେଇ। କୋର୍ଟରେ ମାମଲା ଲଢୁଛନ୍ତି ସାହିଦ କପୁର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାରାୟଣ ସିଂ ଦେଇଥିବା ବେଳେ ଏହା ୨୧ ସେପଟେମ୍ବରରେ ବଡ ପରଦାକୁ ଆସିବା ନେଇ ଖବର ରହିଛି।