ରିଲିଜ୍ ହେଲା ସ୍ବନାମଧନ୍ୟ ସ୍ବର୍ଗତ ନିର୍ମଳା ଦେବୀଙ୍କ ମ୍ୟୁଜିକ୍ ଆଲବମ୍

ଭୁବନେଶ୍ବର(କେନ୍ୟୁଜ୍) : ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡିଶାର ସ୍ୱନାମଧନ୍ୟ କବୟିତ୍ରୀ ସ୍ୱର୍ଗତ ନିର୍ମଳା ଦେବୀଙ୍କ କବିତାକୁ ସଙ୍ଗୀତରେ ସଜେଇଛନ୍ତି ତାଙ୍କ ନାତୁଣୀ ପଞ୍ଚମୀ ମାନୁ ଉକିଲ୍ । ଆରଏନଡି ଫ୍ୟାମିଲ ବେନିଫିଟ୍ ଟ୍ରଷ୍ଟ ଆଣ୍ଡ ଟ୍ୟୁନ ଓଡିଶାର ମିଳିତ ପ୍ରୟାସରେ ନିର୍ମଳା ଦେବୀଙ୍କ ୬ଟି ବଛାବଛା କବିତାକୁ ନେଇ ଏକ ମ୍ୟୁଜିକ ଆଲବମ୍ ପ୍ରସ୍ତୁତ କରିଛନ୍ତି ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ । ଏହି ଗୀତ ଗୁଡିକୁ ସେ ନିଜେ ସ୍ୱର ସଂଯୋଜନା କରିବା ସହ କଣ୍ଠଦାନ କରିଛନ୍ତି । ଆଲବମର ନାଁ ରହିଛି ବର୍ଣ୍ଣରାଗ । ଭୁବନେଶ୍ୱର ହୋଟେଲ ମାରିଅନରେ ଏହି ମ୍ୟୁଜିକ ଆଲବମ୍ ଉନ୍ମୋଚିତ ହୋଇଛି । ଏହି ଅବସରରେ ବହୁ ସଂଖ୍ୟାରେ କବି, ଲେଖକ, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଅଭିନେତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.