ବୌଦ୍ଧ: ଭୋଗ ବାଣ୍ଟିବା ବାହାନାରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ବୌଦ୍ଧ(କେନ୍ୟୁଜ୍): ପୁଣି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଗଣେଶ ପୂଜା ଭୋଗ ବାଣ୍ଟିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଶିକ୍ଷକ ଧନଞ୍ଜୟ ପାତ୍ର । ଏ ଘଟଣା ସମ୍ପର୍କରେ କାହାକୁ ନକହିବା ପାଇଁ ଶିକ୍ଷକ ଜଣଙ୍କୁ ଛାତ୍ରୀଙ୍କୁ ପ୍ରବର୍ତ୍ତାଇବା ସହ ସ୍କୁଲରୁ ବାହାର କରିଦେବାକୁ ଧମକ ଦେଇଥିଲେ । ଘଟଣା ପରେ ସଂପୃକ୍ତ ଛାତ୍ରୀ ଜଣକ ନିଜେ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.