Below header

ମାଲକାନଗିରି: କତାମାଟେରୁ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଶିକ୍ଷକ ନିଲମ୍ବିତ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା କତାମାଟେରୁ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଶିକ୍ଷକ ନିଲମ୍ବିତ । ବିଭାଗୀୟ କର୍ତ୍ତୃପକ୍ଷ ସଂପୃକ୍ତ ଶିକ୍ଷକ ଅଶ୍ୱିନୀ କୁମାର ଦେଉରୀଙ୍କୁ ନିଲମ୍ବନ କରିଛନ୍ତି । ଏଥିସହ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପରୀକ୍ଷା ଖାତା ଦେଖିବା ବାହାନାରେ ଶିକ୍ଷକ ଅଶ୍ୱିନୀ କୁମାର ଦେଉରୀ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ ଗାଁଲୋକ । ଏ ସଂପର୍କିତ ଭିଡିଓ ଭାଇରାଲ୍‌ ପରେ ବିଭାଗୀୟ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଆଜି ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.