Below header

ମୋହନାରୁ ପୁଣି ବିପୁଳ ଶାଳ କାଠ ଜବତ, ୩ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ଶନିବାର ବିଶେଷ ସୂତ୍ରରୁ ଖବର ପାଇ ଖାରିଗୁଡା ଜଙ୍ଗଲରେ ଚଢ଼ାଉ କରି ବିପୁଳ ଶାଳ ସାଇଜ ଜବତ କରିଛି l ଜ଼ିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମୋହନା ବନବିଭାଗ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ କଟା ଚାଲିଥିବା ବେଳେ ୧୪cft ର ୩୭ଟି ଶାଳ ସାଇଜ ଜବତ କରିଛି।

ଏହାସହ ୩ ଜଣ କାଠ କଟାଳିଙ୍କୁ ଗିରଫ କରାଯାଇଛି।ଗିରଫମାନେ ହେଲେ ଜିଲ୍ଲାର ସେରଙ୍ଗ ଥାନା କନ୍ନଡ଼ ଗ୍ରାମର ନମିଏଲ ଶବର,ଗାଙ୍ଗସାରୁ ଶବର ଏବଂ ମୋହନା ଥାନା ରାଜମା ଗ୍ରାମର ଦିଲୀପ କୁମାର ମଲ୍ଲିକ l ଜବତ କାଠର ମୂଲ୍ୟ ୧୪ ହଜାର ଟଙ୍କା ହେବ ବୋଲି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.