ମୋହନାରୁ ପୁଣି ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ରାଇସିଂ ଛକରେ ଯାନବାହନ ଯାଞ୍ଚ କଲାବେଳେ ଅଡବା ପଟୁ ଆସୁଥିବା ଏକ ଟ୍ରକ ନଂ-AS 09 AC 7594 ରୁ ୬୦୨କେ.ଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଜବତ ଗଞ୍ଜେଇର ଅନୁମନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l ଏହି ଗଞ୍ଜେଇ ରାଇପଙ୍କା ଅଞ୍ଚଳରୁ ଆସାମ ଚାଲାଣ ହେଉଥିବା ଜଣାପଡିଛି,ଟ୍ରକ ଡ୍ରାଇଭର ଆସାମ ର ଗୋପାଳ ଚନ୍ଦ୍ର ରାୟ କୁ ଗିରଫ କାରି କୋର୍ଟ ଚାଲାଣ କରାଯାଇଛି l ତେବେ ଜିଲ୍ଲାରେ ଘନଘନ ଗଞ୍ଜେଇ ଚଢ଼ାଉ ଜାରି ରହିଥିଲେ ମଧ୍ୟ ମାଫିଆ ବୋଲ ମାନୁନାହାନ୍ତି l ତେବେ ଜିିଲ୍ଲା ରେ ଚାଲିଥିବା ଗଞ୍ଜେଇ ମାଫିଆ ରାକେଟକୁ ଜିଲ୍ଲା ପୋଲିସ କେବେ ଧରୁଛି ତାକୁ ସମସ୍ତଙ୍କ ଅପେକ୍ଷା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.