Below header

ଜାଣନ୍ତୁ କେବେ ବଜାରରେ ମିଳିବ ଅକ୍ସଫୋର୍ଡ କରୋନା ଭ୍ୟାକ୍‌ସିନ୍‌, ପୁଣି ଥରେ ଆରମ୍ଭ ହେଲା ଟ୍ରାଏଲ୍‌

ଲଣ୍ଡନ : ଅକ୍ସଫୋର୍ଡ କରୋନା ଭ୍ୟାକ୍‌ସିନ୍‌ ବଜାରକୁ ଆସିବା ନେଇ ଦିନ ପ୍ରାୟ ସ୍ଥିର ହୋଇଯାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଟ୍ରାଏଲକୁ ନେଇ ଜଣେ ସ୍ୱେଚ୍ଛାସେବୀ ଗୁରୁତର ହୋଇପଡିବାରୁ ଏହାକୁ ବନ୍ଦ କରାଯାଇଥିଲା । ଆଜି ପୁଣିଥରେ ବ୍ରିଟେନ୍‌ରେ ଆରମ୍ଭ ହୋଇଛି ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ ।

AstraZeneca ପକ୍ଷରୁ କୁହାଯାଇଛି ଯେ, ମେଡିସିନ୍ ହେଲ୍ଥ ରେଗୁଲେଟେରି ଅଥରିଟି ସମସ୍ତ ପ୍ରକାରର ଯାଞ୍ଚ କଲାପରେ ଏହା ସୁରକ୍ଷତି ବୋଲି କହିଛି । ଯାହାପରେ କ୍ଲିନିକାଲ୍ ଟ୍ରାଏଲକୁ ସବୁଜ ସଙ୍କେତ ମିଳିଛି । AstraZeneca ସିଇଓ ପାସ୍କାଲ୍ ସୋରିଓଟ୍ କହିଛନ୍ତି ଯେ ଏହି ଭ୍ୟାକ୍‌ସିନ୍‌ ଶୀଘ୍ର ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ଭ୍ୟାକ୍‌ସିନ୍‌ର ୨୦୨୦ ଶେଷ ସୁଦ୍ଧା ବଜାରକୁ ଆସିପାରେ ।

oxford-1

ପାସ୍କାଲ୍ ଆହୁରି କହିଛନ୍ତି ଯେ, ଏହି ଭ୍ୟାକ୍‌ସିନ୍‌ର ପରୀକ୍ଷଣ ଉପରେ ସାରା ବିଶ୍ୱର ନଜର ରହିଛି । ସୂଚନାଥାଉକି, ବ୍ରିଟେନ୍ରେ ଆଷ୍ଟ୍ରାଜେନେକା ଭ୍ୟାକସିନର ଅନ୍ତିମ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରଖିଛି । ହେଲେ ଜଣେ ଗୁରୁତର ଅସୁସ୍ଥ ହେବାରୁ ଟ୍ରାଏଲ ଉପରେ ସେପ୍ଟେମ୍ବର ୬ରେ ରୋକ୍ ଲଗାଯାଇଥିଲା ।

ଅକ୍ସଫୋର୍ଡ ବୈଜ୍ଞାନିକମାନେ କେବଳ ChAdOx1 nCoV-୧୯ (ବର୍ତ୍ତମାନ AZD1222) ଭ୍ୟାକ୍‌ସିନ୍‌ର ର ସମ୍ପୂର୍ଣ୍ଣ ସଫଳତା ଉପରେ ବିଶ୍ୱାସ କରିଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଭ୍ୟାକ୍‌ସିନ୍‌ ଉପଲବ୍ଧ ହେବ ବୋଲି ବୈଜ୍ଞାନିକମାନେ ଆଶବାଦୀ ଅଛନ୍ତି ।
ସେପ୍ଟେମ୍ବର ଶେଷ ସୁଦ୍ଧା ବଜାରରେ ମିଳିବ ଅକ୍ସଫୋର୍ଡ କରୋନା ଭ୍ୟାକ୍‌ସିନ୍‌

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.