Below header

ଯାଜପୁରରେ ଆରମ୍ଭ ହେଲା ଟେଲିମେଡିସିନ ବ୍ୟବସ୍ଥା, ଫୋନରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସା କରି ପାରିବେ ରୋଗୀ

ଯାଜପୁର ଟାଉନ(କେନ୍ୟୁଜ୍) : କୋରେନା ପାଇଁ ଚାରିଆଡେ ଲକ ଡାଉନ ଥିବାରୁ ଅନେକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇପାରୁ ନାହାଁନ୍ତି । ସେଥିପାଇଁ ରୋଗୀ ମାନଙ୍କୁ ଘରେ ବସି ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଯାଜପୁରରେ ଆରମ୍ଭ ହୋଇଛି ଟେଲିମେଡିସିନ ବ୍ୟବସ୍ଥା । ରୋଗୀମାନେ ଘରେ ବସି ଟେଲିଫୋନ୍‌ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସିତ ହୋଇ ପାରିବେ । ଏଥିପାଇଁ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାକ୍ତରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଘରୋଇ ଓ ଅବସରପ୍ରାପ୍ତ ଡାକ୍ତରମାନେ ଯୋଗ ଦେଇ ଏଭଳି ସମୟରେ ରୋଗୀମାନଙ୍କୁ ସହାୟତା କରିବାକୁ ସ୍ୱଇଚ୍ଛା ରେ ସମ୍ମତି ଜଣାଇଥିଲେ ।

 

JAJPUR-1

ଆଜିଠାରୁ ଏହି ସେବା ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ସମ୍ମତି କ୍ରମେ ୨୧ଜଣ ଡାକ୍ତରଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ଡାକ୍ତରମାନଙ୍କ ନାମ ସହ ଯୋଗାଯୋଗ କରିବାର ନମ୍ବର ଏବଂ ସମୟ ମଧ୍ୟ ଲେଖାଯାଇଛି । ଜିଲ୍ଲା ପ୍ରଶାସନର ଏପରି ଉଦ୍ୟମକୁ ଯାଜପୁରବାସୀ ବେଶ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.