Below header

ଆଜି ପ୍ରବଳ ତାତିଲା ସାରା ରାଜ୍ୟ; ମାଲକାଗିରିରେ ସର୍ବାଧିକ ୪୦ ଡିଗ୍ରୀ ସେଲସିୟସ, ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚିଛି । ମାଲକାନଗିରିରେ ସର୍ବାଧିକ ୪୦ ଡିଗ୍ରୀ ତାତି ରେକର୍ଡ଼ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, କଟକ, ଭଦ୍ରକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଏହା ମଧ୍ୟରୁ ଗୋଟିଏ କି ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବ । ରାଜ୍ୟର ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ।
ସେହିପରି ୩୦ ତାରିଖ ଦିନ ଉପକୂଳ ଓଡ଼ିଶା ସହ କନ୍ଧମାଳ, ରାୟଗଡ଼ା, କୋରାପୁଟ, ଢେଙ୍କାନାଳ, ମୟୁରଭଞ୍ଜ ଆଦି ଜିଲ୍ଲାରେ ଘଡ଼ ଘଡ଼ି ସହିତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ଆଜି ମାଲକାନଗିରିରେ ସର୍ବାଧିକ ୪୦ ଡିଗ୍ରୀ ଏବଂ ବୌଦ୍ଧ, ବାରିପଦା ଓ ଟିଟିଲାଗଡ଼ରେ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ଏହି ତିନି ସହର ପରେ ବଲାଙ୍ଗିର ଓ ନୟାଗଡ଼ରେ ୩୮.୮, କଟକରେ ୩୮.୬, ଭୁବନେଶ୍ୱରରେ ୩୮.୨ ଡିଗ୍ରୀ ତାପମାତ୍ରା ଥିଲା ।

ଆସନ୍ତୁ ନଜର ପକାଇବା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଉପରେ …

 

MET-1

MET-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.