Below header

କମିଲା ଶୀତ ବଢ଼ିଲା କୁହୁଡ଼ି, ଗାଡି ଚଳାଚଳରେ ସମସ୍ୟା

କମିଲା ଶୀତ ବଢ଼ିଲା କୁହୁଡ଼ି । ରାଜ୍ୟର ଅଧା ସହର ଘନ କୁହୁଡି ଚାଦର ତଳେ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର କିଛି ଦିନ ହେଲା ଶୀତ କମିଥିବା ବେଳେ ଲଗାତାର ଚାରିଦିନ ଧରି ଘନ କୁହୁଡି ଦେଖା ଦେଉଛି ।

ଭୁବନେଶ୍ୱର (କେନ୍ୟୁଜ): କମିଲା ଶୀତ ବଢ଼ିଲା କୁହୁଡ଼ି । ରାଜ୍ୟର ଅଧା ସହର ଘନ କୁହୁଡି ଚାଦର ତଳେ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର କିଛି ଦିନ ହେଲା ଶୀତ କମିଥିବା ବେଳେ ଲଗାତାର ଚାରିଦିନ ଧରି ଘନ କୁହୁଡି ଦେଖା ଦେଉଛି । ଏତେ ମାତ୍ରାରେ କୁହୁଡି ହେଉଛି ଯେ ଯାହାଫଳରେ ରାସ୍ତାଘାଟ ଦିଶୁ ନାହିଁ । ଯାତାୟାତରେ ବଡ଼ ସମସ୍ୟା ହେଉଛି । ଏହାର ପ୍ରଭାବ ଦିନ ୧୦ଟାରୁ ୧୧ ପର୍ଯ୍ୟନ୍ତ ରହୁଛି ।

ଏମିତିକି ୫୦ ମିଟର ଦୂରକୁ ବି କିଛି ଦେଖାଯାଉ ନାହିଁ । ଯାନବାହନ ସବୁ ଇଣ୍ଡିକେଟର ଓ ଲାଇଟ ଲଗାଇ ଅତି ଧୀରେ ଧୀରେ ଯିବା ଆସିବା କରୁଛନ୍ତି । ଶୀତ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ନିଆଁ ଜଳାଇ ସେକି ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.