ଜିଲ୍ଲା ମିଶ୍ରଣକୁ ବିରୋଧ କରି ୧୨ ଘଣ୍ଟିଆ ବରପାଲି ବନ୍ଦ, ଯାନବାହାନ ଚଳାଚଳ ଠପ୍

୧୨ ଘଣ୍ଟିଆ ବରପାଲି ବନ୍ଦ। ବରପାଲି ଓକିଲ ସଂଘ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ବରପାଲି ବ୍ଲକକୁ ସାମିଲ ନ କରିବା ପାଇଁ ଦାବୀ ହୋଇଛି ।

ବରଗଡ଼ (କେନ୍ୟୁଜ): ୧୨ ଘଣ୍ଟିଆ ବରପାଲି ବନ୍ଦ। ବରପାଲି ଓକିଲ ସଂଘ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ବରପାଲି ବ୍ଲକକୁ ସାମିଲ ନ କରିବା ପାଇଁ ଦାବୀ ହୋଇଛି । ପଦ୍ମପୁର ଜିଲ୍ଲା ହେଲେ ବରପାଲି ବ୍ଲକକୁ ସାମିଲ କଲେ ବିରୋଧ କରାଯିବ ବୋଲି ବରପାଲି ଓକିଲ ସଂଘ ଚେତାବନୀ ଦେଇଛି । ବନ୍ଦ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉପରେ ଶହ ଶହ ଯାନବାହାନ ଅଟକି ରହିଛି । ବନ୍ଦ ପାଳନକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.