Below header

ଘରୋଇ ଶିକ୍ଷାନୁଷ୍ଠାନ ପିକ୍‌ନିକ୍ ବସ୍ ଦୁର୍ଘଟଣା, ୭ ଆହତ

ଟ୍ରକକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହେଲା ପିକନିକ ବସ। ଫଳରେ ୪ ଜଣ ଆହତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ବଲାଙ୍ଗୀର -ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଘଟିଛି ଏହି ଦୁର୍ଘଟଣା।

ସୋନପୁର (କେନ୍ୟୁଜ): ଟ୍ରକକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହେଲା ପିକନିକ ବସ। ଫଳରେ ୪ ଜଣ ଆହତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ବଲାଙ୍ଗୀର -ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁସାରେ ସୋନପୁର ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର ୪୫ ଜଣ ଛାତ୍ରଛାତ୍ରୀ ଦେଓମାଳୀକୁ ପିକନିକ ପାଇଁ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।ବସଟି ଏକ ଟ୍ରକକୁ ପଛପଟୁ ଧକ୍କାଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାକୁ ଅଣାଯାଇଥିବାବେଳେ ୨ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।

ସେହିପରି ସମାନ ଘଟଣା ଘଟିଛି ଆନନ୍ଦପୁର – ଜାତୀୟ ରାଜପଥ ୨୦ ଘଷିପୁରା ଥାନା ଭାଲକୁମା ନିକଟରେ। ଟ୍ରକକୁ ପଛରୁ ପିଟିଲାଥିଲା ପିକନିକ ବସ୍। ଦୁର୍ଘଟଣାରେ ଦୁଇ ଗୁରୁତର, ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ବାଲେଶ୍ବର ସୋର ଅଞ୍ଚଳର ଏକ ଟ୍ୟୁସନର ଛାତ୍ରଛାତ୍ରୀ ବସରେ ପିକନିକ କରିବାକୁ କେନ୍ଦୁଝର ଯାଇଥିଲେ। ପିକନିକ କରି ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.