ରଣବୀର କପୁରଙ୍କ ନାଁରେ ସାଂଘାତିକ ଅଭିଯୋଗ, କେକ୍‌ରେ ମଦ ଢାଳି କହିଥିଲେ ‘ଜୟ ମାତା ଦି’

ଖ୍ରୀଷ୍ଟମାସ ପାଳନ କରୁଥିବା ସମୟରେ ଅଭିନେତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯାହା ପରେ ଏଭଳି ଅଭିଯୋଗ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜ୍ଜୁ କରାଯାଇ ନାହିଁ ।

ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ନେଇ ବଲିଉଡ ଅଭିନେତା ରଣବୀର କପୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆସିଛି । ଖ୍ରୀଷ୍ଟମାସ ପାଳନ କରୁଥିବା ସମୟରେ ଅଭିନେତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯାହା ପରେ ଏଭଳି ଅଭିଯୋଗ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜ୍ଜୁ କରାଯାଇ ନାହିଁ ।

ସୂଚନା ଅନୁସାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖ୍ରୀଷ୍ଟମାସ ପାଳନ କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ରଣବୀର କେକ୍ ଉପରେ ମଦ ଢାଳିବା ପରେ ‘ଜୟ ମାତା ଦି’ ବୋଲି କହିଥିବାର ନଜର ଆସିଥିଲେ । ଏହା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ । ଏହି ଭିଡିଓକୁ ନେଇ ସଞ୍ଜୟ ତିୱାରୀ ତାଙ୍କ ଓକିଲ ଆଶିଷ ରାୟ ଏବଂ ପଙ୍କଜ ମିଶ୍ରଙ୍କ ଦ୍ୱାରା ଘାଟକୋପର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ଅଭିଯୋଗରେ ସେ ଦାବି କରିଛନ୍ତି ଯେ ଭିଡିଓରେ ରଣବୀର କେକ୍ ଉପରେ ମଦ ଢାଳି ନିଆଁ ଲଗାଇଥିବାର ଦେଖାଯାଇଥିଲା । ହିନ୍ଦୁ ଧର୍ମରେ ଅନ୍ୟ ଦେବତାମାନଙ୍କ ପୂଜା ପୂର୍ବରୁ ଅଗ୍ନି ଦେବତାଙ୍କୁ ଆହ୍ଵାନ କରାଯାଇଥାଏ, କିନ୍ତୁ କପୁର ଏବଂ ତାଙ୍କ ପରିବାର ସଦସ୍ୟ ଜାଣିଶୁଣି ଏପରି କରିଛନ୍ତି । ଅଭିଯୋଗରେ କୁହାଯାଇଛି ଯେ ସମସ୍ତଙ୍କ ଧାର୍ମିକ ଭାବନାକୁ ଏଭଳି ଘଟଣା ଆଘାତ ଦେଇଛି । ତେବେ ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନଥିବା ଜଣା ପଡ଼ିଛି ।

ଅନେକ ସୋସିଆଲ ମିଡିଆ ୟୁଜର୍ସ ରଣବୀରଙ୍କ ଏହି ଅନ୍ଦାଜକୁ ପସନ୍ଦ କରି ନାହାନ୍ତି । ଏହି ଭିଡିଓକୁ ଦେଖିବା ପରେ ୟୁଜର୍ସ ମଧ୍ୟ ତାଙ୍କୁ ଟ୍ରୋଲ କରିଛନ୍ତି । ଅନେକ ୟୁଜର୍ସ ଏଭଳି ଭିଡିଓ ଦେଖିବା ପରେ ଭିନ୍ନ କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.