Below header

ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି: ୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌, ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଆଜିଠୁ କମିବ ଗ୍ରୀଷ୍ମକୋପ । ୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଥିବା ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି ମିଳିବ । ରାଜ୍ୟରେ ବାର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ତତଲା ତାଓ୍ଵାରେ ଭାଜି ହେଉଛି ଓଡ଼ିଶା । ଖରା ତାତି କଲବଲ କରୁଛି । ଆଜି ବି ତାତିରୁ ତ୍ରାହି ମିଳିବ ନାହିଁ । କାଲିଠୁ ଆଶ୍ୱସ୍ତି ମିଳିପାରେ । କିନ୍ତୁ ହିଟ୍‌େଓ୍ଵଭ୍‌ ନେଇ ଆଜି ପାଇଁ ୬ ଜିଲ୍ଲା ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ଝାରସୁଗୁଡ଼ାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଗତ ୨୪ ଘଣ୍ଟାରେ ତାତିରେ ସବୁ ରେକର୍ଡ ଭାଙ୍ଗିଛି ବାରିପଦା । ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ସହ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା ।

ଗତ ୨୪ ଘଣ୍ଟାରେ ୨୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା । ୧୦ସହରରେ ୪୨ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା ପାରଦ । ଆଜିଠୁ କମିବ ଗ୍ରୀଷ୍ମକୋପ । ୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଥିବା ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି ମିଳିବ । ରାଜ୍ୟରେ ବାର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ୧୭ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ୧୮ ତାରିଖରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.