Below header

ସରିନି ଫେବ୍ରୁଆରୀ, ତାତିଲାଣି ରାଜଧାନୀ; ଦିନ ୧୦ଟାରୁ ଟାଇଁ ଟାଇଁ ଖରା

ଏବେଠୁ ଏତେ, ଆଗକୁ କେତେ। ଫେବ୍ରୁଆରୀରୁ ଖରା ତାତି। ଦିନ ୧୦ଟାରୁ ଟାଣ ଖରା ଅନୁଭୂତ ହେଉଛି। ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି ।

ଭୁବନେଶ୍ୱର (କେନ୍ୟୁଜ): ଏବେଠୁ ଏତେ, ଆଗକୁ କେତେ । ଫେବ୍ରୁଆରୀରୁ ଖରା ତାତି । ଦିନ ୧୦ଟାରୁ ଟାଣ ଖରା ଅନୁଭୂତ ହେଉଛି । ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି ।

ଗତକାଲି ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପାମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଟିଟିଲାଗଡ଼ରେ ୩୪.୫, ମାଲକାନଗିରିରେ ୩୪.୨, ବୌଦ୍ଧ ଓ ବଲାଙ୍ଗୀରରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ଉପକୂଳ ଓଡ଼ିଶା ସମେତ କୋରାପୁଟ, କନ୍ଧମାଳ, ରାୟଗଡ଼ା, ଅନୁଗୁଳ ଓ ଢେଙ୍କାନାଳରେ ହାଲୁକରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.