ଆଜି ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ, ନିର୍ବାଚନରେ କଳାଟଙ୍କା କାରବାର ରୋକିବା ଉପରେ ଗୁରୁତ୍ବ

ଓଡ଼ିଶାରେ ନିର୍ବାଚନ ପରିଚାଳନା ପାଇଁ ବଡ଼ ବ୍ଲୁ ପ୍ରିଣ୍ଟ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ନିର୍ବାଚନ ଆୟୋଗ ମାରାଥନ୍ ବୈଠକ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ନିର୍ବାଚନ ପରିଚାଳନା ପାଇଁ ବଡ଼ ବ୍ଲୁ ପ୍ରିଣ୍ଟ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ନିର୍ବାଚନ ଆୟୋଗ ମାରାଥନ୍ ବୈଠକ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ ରହିଛି । ଫୋକସରେ ରହିବ ନିର୍ବାଚନରେ କଳାଟଙ୍କା ପ୍ରସଙ୍ଗ । ଏଥିସହ ମଦ ଓ ଟଙ୍କା କାରବାର ରୋକିବା ଉପରେ ବି ବିସ୍ତୃତ ଭାବରେ ଆଲୋଚନା ହେବ ।

ସେହିପରି ନିର୍ବାଚନ ବେଳେ ବ୍ୟାଙ୍କ ଟ୍ରାଞ୍ଜାକସନ୍ ନେଇ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବେ । ଏସବୁ ଦିଗରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଆଗକୁ କି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ବ ଦିଆଯିବ ବୋଲି ସୂଚନା ମିଳିଛି । ଗତକାଲି ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା । ପ୍ରଥମେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ ନିର୍ବାଚନ କମିଶନ । ପରେ ଜିଲ୍ଲାପାଳ, ଏସପି, ଆରଡିସି, ପୋଲିସ କମିଶନର, ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସୀର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ କେନ୍ଦ୍ର ନିର୍ବାଚନ ଆୟୋଗ ଗୁରୁତ୍ବାରୋପ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.