ଭାରତୀୟ ଟିମ୍ କୁ ଝଟ୍‌କା, ମ୍ୟାଚ୍ ଅଧାରୁ ଓହରିଲେ ରବିଚନ୍ଦ୍ରନ ଅଶ୍ୱିନ

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅଧାରୁ ଓହରିଲେ ଅଶ୍ବିନ । ଦ୍ବିତୀୟ ଦିନ ଖେଳିବା ପରେ ଘରକୁ ଫେରିଛନ୍ତି । ତାଙ୍କ ମାଆଙ୍କର ସ୍ବାସ୍ଥ୍ୟାବସ୍ଥା ସମସ୍ୟାକୁ ନେଇ ଅଶ୍ବିନ ଟେଷ୍ଟ ଅଧାରୁ ଫେରିଥିବା କୁହାଯାଉଛି ।

ରାଜକୋଟ (କେନ୍ୟୁଜ): ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅଧାରୁ ଓହରିଲେ ଅଶ୍ବିନ । ଦ୍ବିତୀୟ ଦିନ ଖେଳିବା ପରେ ଘରକୁ ଫେରିଛନ୍ତି । ତାଙ୍କ ମାଆଙ୍କର ସ୍ବାସ୍ଥ୍ୟାବସ୍ଥା ସମସ୍ୟାକୁ ନେଇ ଅଶ୍ବିନ ଟେଷ୍ଟ ଅଧାରୁ ଫେରିଥିବା କୁହାଯାଉଛି । ତାଙ୍କ ମାଆ ଏବେ ଚେନ୍ନାଇର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଶ୍ବିନ ରାଜକୋଟରୁ ସିଧା ଡାକ୍ତରଖାନାକୁ ଯାଇଥିବା ସୂଚନା ମିଳିଛି । କାହିଁକି ଘରକୁ ଫେରିଲେ ବିସିସିଆଇ ତାଙ୍କ ଅନୁରୋଧରେ ସମସ୍ତ ଘଟଣାକୁ ଗୋପନ ରଖିଛି । ବିସିସିଆଇ ପକ୍ଷରୁ ପ୍ରେସ ରିଲିଜରେ କୁହାଯାଇଛି, ପାରିବାରିକା ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଅଶ୍ବିନ ଚଳିତ ଟେଷ୍ଟରୁ ଓହରି ଯାଇଛନ୍ତି । ପ୍ରତ୍ୟେକ ଖେଳାଳି ଓ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଆମ ପାଇଁ ମହତ୍ତ୍ବପୂର୍ଣ୍ଣ । ଆଜି ରାଜକୋଟ ଟେଷ୍ଟର ତୃତୀୟ ଦିନ । ଅଶ୍ବିନଙ୍କ ଅନୁପସ୍ଥିତିରେ ଭାରତ ୧୦ ଜଣରେ ଖେଳିବ ।

ଗତକାଲି ଟେଷ୍ଟରେ ୫୦୦ୱିକେଟ ନେଇଥିଲେ । ଅନୀଲ କୁମ୍ବଲେଙ୍କ ପରେ ଭାରତର ଦ୍ବିତୀୟ ବୋଲର ଭାବରେ ଏହି ସଫଳତା ସେ ହାସଲ କରିଥିଲେ । ଦ୍ବିତୀୟ ଦିନରେ ପ୍ରଥମେ ଭାରତ ଏହାର ପ୍ରଥମ ଇନିଂସ୍‌ ୪୪୫ ରନରେ ଶେଷ କରିଥିଲା । ଏହାପରେ ପ୍ରଥମ ପାଳି ଆରମ୍ଭ କରିଛି ଇଂଲଣ୍ଡ । ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱକେଟ୍‌ ହରାଇ ୨୦୭ ରନ କରିଛି । ଏହା ସହିତ ଭାରତ ବର୍ତ୍ତମାନ ସୁଦ୍ଧା ୨୩୮ ରନ ଆଗରେ ରହିଛି । ଅଶ୍ୱିନଙ୍କ ମ୍ୟାଚରୁ ଓହରିି ଯିବାପରେ ବର୍ତ୍ତମାନ ଟିମରେ ୧୦ ଜଣ ଖେଳାଳି ରହିଛନ୍ତି । ତାଙ୍କ ଅନୁପସ୍ଥିତିରେ ଆଜି ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ତେବେ ଭଲ ଫର୍ମରେ ଥିବା ଅଶ୍ୱିନୀଙ୍କ ଅନୁପସ୍ଥିତି ଟିମ ଅନୁଭବ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.