Below header

ସିସିଟିଭିରେ ରେକର୍ଡ ହେଲା ଖଲ୍ଲିକୋଟ ବୋମା ବିସ୍ଫୋରଣର ଭୟଙ୍କର ଦୃଶ୍ୟ, ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ସାମ୍ନାକୁ ଆସିଲା ବୋମା ବିସ୍ଫୋରଣର ଭୟଙ୍କର ଦୃଶ୍ୟ । ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ନିର୍ମଳଝର ନିକଟରେ ବାଇକରେ ଦୁଇଜଣ ବ୍ୟକ୍ତି ବୋମା ନେଇ ଯାଉଥିବା ବେଳେ ଅଚାନକ ରାସ୍ତାରେ ହିଁ ତାହା ବିସ୍ଫୋରଣ ହୋଇଯାଇଥିଲା । ଆଉ ଏହି ଭୟଙ୍କର ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଏହି ଦୃଶ୍ୟ ନିକଟସ୍ଥ ଏକ ସିସିଟିଭିରେ ରେକର୍ଡ ହୋଇଛି । ଆପଣ ଦେଖିପାରୁଥିବେ ବୋମା ବିସ୍ଫୋରଣର ଭୟଙ୍କର ଦୃଶ୍ୟ । ଦୁଇଜଣ ବ୍ୟକ୍ତି ବାଇକରେ ବହୁତ ଦ୍ରୁତଗତିରେ ଯାଉଥିବା ବେଳେ ଅଚାନକ ବାଇକଟି ସ୍ଲିପ କରୁଛି ଏବଂ ତାପରେ ହେଉଛି ବିସ୍ଫୋରଣ ।

ତେବେ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ଯୁବକଙ୍କ ନାମ ମିଟୁ ମହାରଣା ହୋଇଥିବା ବେଳେ ଆହତଙ୍କ ନାମ ସିଲୁ ପ୍ରଧାନ। ଗୁରୁତର ଅବସ୍ଥାରେ ସିଲୁଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ । ମିଳିଥିବା ଖବର ଅନୁଯାୟୀ ମିଟୁ ଓ ସିଲୁ ଏକ ବାଇକ୍‌ରେ ଯାଉଥିବା ବେଳେ ମିଟୁ ବୋମା ଧରି ପଛରେ ବସିଥିଲେ । ବାଟରେ ବାଇକ୍‌ରୁ ପଡ଼ିଯିବା ଫଳରେ ବୋମା ଫୁଟି ଏଭଳି ଅଘଟଣା ଘଟିଲା । ହେଲେ ସେମାନେ ବୋମା କେଉଁଠାରୁ କେଉଁଠିକୁ ନେଉଥିଲେ ଏବଂ ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ଥିଲା ସେକଥା ଜଣାପଡି ନାହିଁ। ତେବେ ଖଲ୍ଲିକୋଟ ଥାନା ପୋଲିସ ଏନେଇ ତଦନ୍ତ କରୁଛି ଏବଂ ଖୁବଶୀଘ୍ର ପ୍ରକୃତ ଘଟଣା ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.