Below header

ବରଗଡ଼: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ୪ ଗୁରୁତର

ବରଗଡ଼(କେ ନ୍ୟୁଜ): ପୁଣି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଜୀବନ । ଦୁର୍ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଛତିଶଗଡରୁ ଫେରୁଥିବାବେଳେ ପୁସୋର-କଣ୍ଢେଇକେଲା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

ମୃତକଙ୍କ ଘର ବରଗଡ ଜିଲ୍ଲା କଟାପାଲି ଗାଁର । ଗତକାଲି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେମାନେ ରାୟଗଡ ଯାଇଥିଲେ । ମୃତକ ହେଲେ କଟାପାଲି ଗାଁର ସ୍ୱରୂପ ବରାଇ, ଅମାଭୋନା ପ୍ରକାଶପୁରର କ୍ରିଷ୍ଣା ପଟେଲ ଓ ନିକାଶ ମେହେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.