୮୦୦ ବର୍ଷ ପରେ ମହାକାଶରେ ଘଟିବ ଦୁର୍ଲଭ ଘଟଣା, ଚଳିତ ବର୍ଷ ଦେଖିବାକୁ ମିଳିବ ଖ୍ରୀଷ୍ଟମାସ ତାରା

ଆଗକୁ ଆସୁଛି ଖ୍ରୀଷ୍ଟମାସ। ଏହି ପର୍ବ ପାଳନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। କିନ୍ତୁ ଚଳିତ ବର୍ଷ ଖ୍ରୀଷ୍ଟମାସ ପୂର୍ବରୁ ଆକାଶରେ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି। ଚଳିତ ବର୍ଷ ଖ୍ରୀଷ୍ଟମାସରେ ଏଭଳି କିଛି ଘଟଣା ଘଟିବାକୁ ଯାଉଛି, ଯାହା ଗତ ୮୦୦ ବର୍ଷ ମଧ୍ୟରେ ହୋଇନାହିଁ। ସୂଚନା ମୁତାବକ, ଖ୍ରୀଷ୍ଟମାସ ପୂର୍ବରୁ ୨୧ ଡିସେମ୍ବରରେ ଆକାଶରେ ଖ୍ରୀଷ୍ଟମାସ ତାରା ଦେଖିବାକୁ ମିଳିବ। ଏହି ଦିନ ଆକାଶରେ ବୃହସ୍ପତି ଏବଂ ଶନି ଗ୍ରହ ଏକ ସରଳ ରେଖାରେ ରହିବେ। ଏହାକୁ ଖ୍ରୀଷ୍ଟମାସ ଷ୍ଟାର କିମ୍ବା ବେଥଲେହମ ତାରା କୁହାଯାଇଥାଏ।

ବୃହସ୍ପତି ଏବଂ ଶନି ଗ୍ରହ ମଧ୍ୟଯୁଗୀୟ ସମୟ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ଅତି ନିକଟକୁ ଏକାଠି ଆସିନାହାଁନ୍ତି। ଏନେଇ ରାଇସ୍ ୟୁନିଭରସିର୍ଟିର ଜ୍ୟୋତିର୍ବିଜ୍ଞାନୀ ପାଟ୍ରିକ୍ ହର୍ଟିଗନ୍ କହିଛନ୍ତି, ବୃହସ୍ପତି ଏବଂ ଶନି ଗ୍ରହ ୨୦ ବର୍ଷ ପରେ ସର୍ବଦା ଗୋଟିଏ ସରଳ ରେଖାରେ ଆସିଛନ୍ତି କିନ୍ତୁ ଚଳିତ ବର୍ଷର ମିଳନ ଏକ ବିରଳ ଘଟଣା। ଅର୍ଥାତ ଏଥର ଦୁଇଟି ଗ୍ରହକୁ ଅତି ନିକଟରୁ ଦେଖିବାରେ ସକ୍ଷମ ହୋଇପାରିବେ ଲୋକେ।

starଆଗକୁ ହର୍ଟିଗନ୍ ଏହା ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ୪ ମାର୍ଚ୍ଚ ୧୨୨୬ ମସିହାରେ ଏଭଳି ଦୁଲର୍ଭ ଘଟଣା ଘଟିଥିଲା। ସେହି ସମୟରେ ମଧ୍ୟ ଆକାଶରେ ଖ୍ରୀଷ୍ଟମାସ ତାରା ନଜର ଆସିଥିଲା। ଜ୍ୟୋତିର୍ବଜ୍ଞାନୀମାନେ ଆହୁରି କହିଛନ୍ତି, ଡିସେମ୍ବର ୨୧ ରେ ସୂର୍ଯ୍ୟୋଦୟର ୪୫ ମିନିଟ୍ ପରେ ଦକ୍ଷିଣ-ପଶ୍ଚିମ ଭାଗରେ ଟେଲିସ୍କୋପ ସାହାଯ୍ୟରେ ଏହାକୁ ଦଖିପାରିବେ। ଏଥିସହ ଏହି ଚମତ୍କାର ଘଟଣା ସପ୍ତାହ ସାରା ଦୃଶ୍ୟମାନ ହେବ ବୋଲି କୁହାଯାଉଛି। ଏହାଛଡ଼ା ଏଭଳି ଦୁର୍ଲଭ ଘଟଣା ଚଳିତ ବର୍ଷ ପରେ ଆସନ୍ତା ୨୦୮୦ ମସିହାରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.