Below header

ଅଫ୍‌ଲାଇନ୍‌ରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର(କେ ନ୍ୟୁଜ): ଅଫ୍‌ଲାଇନ୍‌ରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି | ଯେତେବେଳେ ବି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ ଅଫ୍‌ଲାଇନ୍‌ରେ ଜରିଆରେ ପରୀକ୍ଷା କରାଯିବ । ଚଳିତ ବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହଁ । ତେଣୁ ପରୀକ୍ଷା ବିଳମ୍ବ ହେବାର ସମ୍ଭାବନା ରହିଛି ।

ଅନ୍‌ଲାଇନ୍‌ରେ ପାଠପଢାରେ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ସମ୍ଭବପର ହେଉନାହିଁ । ପରୀକ୍ଷା ପାଇଁ ପାଠପଢା ବି ନିହାତି ଆବଶ୍ୟକ । ଏଥିପାଇଁ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏସ୍‌ଆରସିଙ୍କ ଗାଇଡ୍‌ଲାଇନ୍‌ ପରେ ବିଭାଗ ଅନୁଧ୍ୟାନ କରୁଛି । ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.