ପ୍ରକୃତିର ସୁରକ୍ଷା ପାଇଁ ବେଙ୍ଗାଲୁରୁର ଏହି ବୈଜ୍ଞାନିକ ଗଛରୁ କାଢ଼ନ୍ତି କଣ୍ଟା, ବ୍ୟାନର ନ ଟାଙ୍ଗିବାକୁ କରୁଛନ୍ତି ସଚେତନ

ପ୍ରକୃତି ଓ ପରିବେଶର ସୁରକ୍ଷା ଲାଗି ଏବେ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଯେବେ ଯାଏଁ ସାଧାରଣ ଲୋକ ସଚେତନ ହୋଇନାହାନ୍ତି, ସେବେ ଯାଏଁ ପ୍ରକୃତିକୁ ସୁରକ୍ଷା ଦେବା ଅସମ୍ଭବ। ଏହି କଥାକୁ ହୃଦୟଙ୍ଗମ କରି ଗଛଗୁଡ଼ିକର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି ବେଙ୍ଗାଲୁରୁର ବିନୋଦ କର୍ତ୍ତବ୍ୟ।

ବିନୋଦ ଏବେ ନିଜ ଆଖପାଖରେ ଥିବା ଗଛରୁ କଣ୍ଟା କାଢ଼ିବା ପାଇଁ ଲାଗିପଡିଛନ୍ତି। ବ୍ୟାନର ଓ ହୋଡିଂ ଟାଙ୍ଗିବା ପାଇଁ ଆଜି କାଲି ବିଜ୍ଞାପନ କମ୍ପାନୀଗୁଡ଼ିକ ଗଛରେ କଣ୍ଟା ବାଡାଉଛନ୍ତି। ଫଳରେ ଗଛଗୁଡ଼ିକ ଦୁର୍ବଳ ହୋଇ ଯାଉଛନ୍ତି। ଏଣୁ ବିନୋଦ ଏବେ ଗଛରୁ କଣ୍ଟା ଓ ଅନ୍ୟ ପିନ କାଢ଼ିବା ଦିଗରେ ଅଗ୍ରସର ହୋଇଛନ୍ତି।

vinod2

ଏନେଇ ବିନୋଦ କୁହନ୍ତି, ଥରେ ମୁଁ ଏକ କାମ ପାଇଁ ଗଛ ମୂଳରେ ତଳକୁ ନଇଁ ଥିଲି। ମୁଣ୍ଡ ଉଠାଇବା ବେଳେ ଗଛରେ ବାଡ଼ିଆ ହୋଇଥିବା ଏକ ବଡ଼ କଣ୍ଟା ମୋ ମୁଣ୍ଡରେ ବାଜିଥିଲା। ସେଇ ଦିନଠୁ ମୁଁ ଗଛକୁ କଣ୍ଟାମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲି।

vinod

ବିନୋଦ କର୍ତ୍ତବ୍ୟ DRDO ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରତି ରବିବାର ନିଜ ଆଉ କିଛି ବନ୍ଧୁବାନ୍ଧବଙ୍କ ସହ ଗଛରୁ କଣ୍ଟା କାଢ଼ିବାକୁ ଯାଇଥାନ୍ତି। ବିନୋଦ କହିଛନ୍ତି, ଗତ ରବିବାର ସେ କେବଳ ଗୋଟିଏ ଗଛରୁ ୧୦୦୦ରୁ ୨୦୦୦ ଷ୍ଟେବଲ ପିନ ଓ ୨୫୦ରୁ ଅଧିକ କଣ୍ଟା କାଢ଼ିଛନ୍ତି। ବିନୋଦ ଗଛରୁ କଣ୍ଟା କାଢ଼ିବା ସହ ଲୋକଙ୍କୁ ଗଛରେ କଣ୍ଟା ନ ବାଡ଼େଇବାକୁ ମଧ୍ୟ ସଚେତନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.