Below header

ଆଳୁ ରେଟ ବଢିବା ପଛରେ କାରଣ କଣ ? କାହିଁକି ଆଳୁ ପାଇଁ ସର୍ବଦା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ଓଡିଶା ?

ଆଳୁ ଏପରି ଏକ ପରିବା ଯାହା ବର୍ଷ ସାରା ଉପଲବ୍ଧ ହୋଇଥାଏ । ଏହାକୁ ଛାଡ଼ିଲେ ରୋଷେଇ ଘର ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆଜି ଆଳୁ ଯେପରି ଆକାଶ ଛୁଆଁ ହୋଇଛି ଏହା ସାଧାରଣ ପରିବାର ପାଇଁ ଚିନ୍ତାର କାରଣ ହୋଇଛି । ଆଳୁର ଏହି ଦର କ’ଣ ପାଇଁ ଏମିତି ସେ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି । ସାଧାରଣତଃ ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ । ଯେଉଁଥିପାଇଁ ଆଳୁର ଦର୍‌ ମଧ୍ୟ ଓଡ଼ିଶା ହାତରେ ନଥାଏ । ଆଜି ଆଳୁର ଏହି ଅଭାବୀ ବିକ୍ରି ପାଇଁ ଯେଉଁ ସବୁ କାରଣ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ।

ଓଡ଼ିଶା ମଧ୍ୟ ଆଳୁ ପାଇଁ ଆତ୍ମ ନିର୍ଭର ହୋଇପାରନ୍ତା । ହେଲେ ବହୁତ କିଛି କାରଣ ଯୋଗୁ ଓଡ଼ିଶାରେ ନା ଆଳୁ ଚାଷ ଉଧାଉଛି ନା ଚାଷୀ । ଚାଷୀ ସରକାରୀ ବିହନ ପାଇବା ପାଇଁ ହତାଶ ହେଉଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ମଧ୍ୟ ଉଠାଇ ପାରୁ ନାହାଁନ୍ତି । ଫଳରେ ଇଚ୍ଛା ଥିଲେ ମଧ୍ୟ ଆଳୁ ଚାଷ ପାଇଁ ଚାଷୀ ଆଗେଇ ଆସୁନାହାଁନ୍ତି । ଯଦି ବା ଚାଷୀ ଆଳୁ ଚାଷ କରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଏହାକୁ ମହଜୁଦ୍‌ କରି ପାରୁନାହାଁନ୍ତି । ଅମଳ ସମୟରେ ଟନ୍‌ ଟନ୍‌ ଆଳୁ ନଷ୍ଟ ହେଉଥିବା ବେଳେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଆଳୁକୁ କମ୍‌ ଦର୍‌ର ବିକିବାକୁ ବାଧ୍ୟ ହେଉଛି । ଯଦ୍ୱାରା ଚାଷୀ ଆଳୁ ଚାଷ କରି ସର୍ବଶ୍ୱାନ୍ତ ହେଉଛି । ତେଣୁ ଓଡ଼ିଶାରେ ଆଳୁ ଚାଷ ପାଇଁ ଚାଷୀ ଆଗଭର ହେଉନଥିବାରୁ ଅନ୍ୟ ରାଜ୍ୟ ଉପରେ ଆଳୁ ପାଇଁ ନିର୍ଭର କରିବାକୁ ପଡ଼ୁଛି । ଆଳୁ ଚାଷ ପାଇଁ ଓଡ଼ିଶାର ମାଟି ପାଣି ପବନ ବେଶ ଅନୂକୁଳ ଥିଲେ ବି ଓଡ଼ିଶାରେ ଆଳୁ ଚାଷ ଉଧେଇ ପାରୁନି ।

Coronavirus: Potato prices jump at least 20 per cent in West Bengal, here's  why!- The New Indian Express

ଓଡ଼ିଶାରେ ଏକଦା ମୟୁରଭଞ୍ଜ ଜିଲ୍ଲା ଆଳୁ ଚାଷ ପାଇଁ ବେଶ୍‌ ନାଁ କରିଥିଲା । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ୩ଶହ ରୁ ୪ ଶହ ହେକ୍ଟର ଜମିରେ ଆଲୁଚାଷ ହେଇଥାଏ । ଆଳୁ ଚାଷୀଙ୍କୁ ସହଯୋଗର ହାତ ବଢ଼େଇଥାଆନ୍ତି ଉଦ୍ୟାନ ବିଭାଗ । ଚଳିତ ବର୍ଷ ଡିସେମ୍ବର ମାସ ହେଇଥିଲେ ମଧ୍ୟ ଆଳୁ ବିଭିନ୍ନ ସରକାରୀ ସ୍ତରରେ ଯୋଗାଇ ଦିଆ ଯାଇ ନାହିଁ । ଯାହାଫଳରେ ଚାଷୀମାନେ ଅଧିକ ଦାମ ରେ ଆଳୁ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ପଟେ ଆଳୁ ଦର ଆକାଶ ଛୁଆଁ ଥିବାରୁ ସମସ୍ତ ଚାଷୀମାନେ ଆବଶ୍ୟକ ଅନୁଯାୟୀ ଆଳୁ କିଣିବା କଷ୍ଟ କର ହେଇପଡୁଛି । ଗୋଟିଏ ପଟେ କରୋନା ଭୁତାଣୁ ଯୋଗୁଁ ଅଧିକାଂଶ ଚାଷୀ ଆଥିର୍କ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସମୟ ଆଳୁ ବିହନ ନ ମିଳିବା ବୋଝ ଉପରେ ନଳିତା ବିଡା ପଡିଛି । ଖାଲି ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ସରକାର ଆଳୁ ଚାଷୀ ମାନଙ୍କ ପାଇଁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.