ଗର୍ଭନିରୋଧକ ବଟିକା ଖାଇଲେ ଓଜନ ବଢ଼େ କି? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା ପାଇବାକୁ ମହିଳାମାନେ ଗର୍ଭନିରୋଧକ ବଟିକା ଖାଇଥାନ୍ତି। କିନ୍ତୁ ଗର୍ଭନିରୋଧକ ବଟିକାକୁ ନେଇ ସେମାନଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଯେମିତି କି ଗର୍ଭନିରୋଧକ ବଟିକା ଦ୍ୱାରା ଓଜନ ବଢ଼େ କି? ବଟିକା ଖାଇବା ପରେ ଗର୍ଭଧାରଣର ଆଶଙ୍କା ଅଛି କି? ଏହା ଦ୍ୱାରା ପରେ ଗର୍ଭଧାରଣ କରିବାରେ ସମସ୍ୟା ହେବନି ତ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର…

ଗର୍ଭନିରୋଧକ ବଟିକା ଦ୍ୱାରା ଓଜନ ବଢ଼େ କି?

ରିସର୍ଚ୍ଚ ମୁତାବକ, ଗର୍ଭନିରୋଧକ ବଟିକା ଖାଇଲେ ଓଜନ ବଢ଼େ ନାହିଁ। ମାତ୍ର ଫ୍ଲୁଇଡ୍‌ ରିଟେନ୍ସନ୍‌ ହୋଇପାରେ। ତେବେ ଏହାର ପ୍ରଭାବ ମାତ୍ର କିଛି ଦିନ ପାଇଁ ରହେ। ମେଡିସିନ୍‌ ଖାଇବା ପରେ ଭାରୀ ଲାଗିବା, ମୁଣ୍ଡ ବୁଲାଇହେବା, ଦେହ ବୁଲାଇହେବା ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦିଏ।

ବଟିକା ଖାଇବା ପରେ ଗର୍ଭଧାରଣର ଆଶଙ୍କା ଅଛି କି?

ଯଦି ଆପଣ ଠିକ୍‌ ସମୟରେ ଓ ଠିକ୍‌ ଭାବେ ମେଡିସିନ୍‌ ଖାଉଥାନ୍ତି, ତେବେ ତାହା ୯୯ ପ୍ରତିଶତ କାମ କରେ। ଏକ୍ସପର୍ଟଙ୍କ ମତରେ, ମିସ୍‌ ନ କରି ଠିକ୍‌ ସମୟରେ ଔଷଧ ଖାଉଥିବା ୧୦୦ରୁ ଜଣେ ମହିଳା ଗର୍ଭବତୀ ହେବା ସମ୍ଭାବନା ରହିଛି।

ପରେ ଗର୍ଭଧାରଣ କରିବାରେ ସମସ୍ୟା ହେବନି ତ?

ପ୍ରାୟ ଅଧିକାଂଶ ଲୋକ ଗର୍ଭନିରୋଧକ ବଟିକା ଖାଇଥାନ୍ତି। ଏହାକୁ ଖାଇବା ଦ୍ୱାରା ଭବିଷ୍ୟତରେ କୌଣସି ସମସ୍ୟା ହୁଏ ନାହିଁ କି ବାଞ୍ଝପଣ ମଧ୍ୟ ଦେଖାଦିଏ ନାହିଁ। ମେଡିସିନ୍‌ ବନ୍ଦ କରିବା ପରେ ଆପଣ ଆରାମରେ ଗର୍ଭଧାରଣ କରିପାରିବେ। ମାତ୍ର ଯଦି କିଛି ସନ୍ଦେହ ଅଛି ତେବେ ଡାକ୍ତରଙ୍କୁ ନିଶ୍ଚୟ ପରାମର୍ଶ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.