Below header

ପ୍ରତିବାଦ ସଭା ପୂର୍ବରୁ ଭଦ୍ରକ ମଦିନା ମୈଦାନରେ ୧୪୪ ଧାରା ଜାରି, କାଲି ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିବ

ପ୍ରତିବାଦ ସଭା ପୂର୍ବରୁ ୧୪୪ ଧାରା ଜାରି। ଭଦ୍ରକ ପୁରୁଣା ବଜାର ଥାନାର ମଦିନା ମୈଦାନ ନିକଟରେ ଜାରି ହୋଇଛି ୧୪୪ ଧାରା। ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ।

ଭଦ୍ରକ (କେନ୍ୟୁଜ): ପ୍ରତିବାଦ ସଭା ପୂର୍ବରୁ ୧୪୪ ଧାରା ଜାରି। ଭଦ୍ରକ ପୁରୁଣା ବଜାର ଥାନାର ମଦିନା ମୈଦାନ ନିକଟରେ ଜାରି ହୋଇଛି ୧୪୪ ଧାରା। ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ। ଆଜି ସକାଳ ୧୧ଟା ଠାରୁ ଆସନ୍ତା କାଲି ସକାଳ ୬ଟା ପର୍ଯ୍ୟନ୍ତ ମଦିନା ମୈଦାନର ୨ଶହ ମିଟର ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ।

ଆଜି ସଂଧ୍ୟା ୫ଟାରୁ ସ୍ଥାନୀୟ କିଛି ଯୁବକ ପ୍ରତିବାଦ ସଭା କରିବାକୁ ଯାଉଥିବା ନେଇ ପୁରୁଣା ବଜାର ଥାନାକୁ ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.