Below header

ପଡ଼ୋଶୀ କୁକୁର ଆକ୍ରମଣର ଶିକାର ହେଲା ୧୦ ବର୍ଷର କୁନି ଝିଅ, ଶରୀରରେ ଲାଗିଲା ୪୫ ଷ୍ଟିଚ୍‌

ମୁମ୍ବାଇରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ୧୦ ବର୍ଷ ଝିଅକୁ ତାଙ୍କ ପଡ଼ୋଶୀ ଘରର କୁକୁର ଭୟଙ୍କର ଭାବେ କାମ୍‌ୁଡ଼ି ଥିଲା । ଛୋଟ ଝିଅଟିକୁ ଝୁଣି ଝୁଣି କାମୁଡ଼ି ଥିଲା କୁକୁର । ତେବେ କୁନି ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଡାକ୍ତରମାନେ ପାଖାପାଖି ୨ ଘଣ୍ଟା ଧରି ଝିଅର ଅପରେସନ କରିଥିଲେ ।

ଜର୍ମାନ ସେଫାର୍ଡ଼ ଆକ୍ରମଣରେ ଗୁରୁତର ହୋଇଛି ୧୦ ବର୍ଷର କୁନି ଝିଅ । ଠିକ ଭାବେ ତାଲିମ ଦିଆଯାଇ ନଥିବାରୁ ଜଣେ ନୀରିହ ୧୦ ବର୍ଷର ଶିଶୁକୁ କୁକୁର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ଦୀର୍ଘ ୨ ଘଣ୍ଟାର ଅପରେସନ ପରେ ଝିଅ ଶରୀରର କ୍ଷତକୁ ୪୫ ଟି ଷ୍ଟିଚ୍‌ ମାରି ବନ୍ଦ କରାଯାଇଥିବା ସୂଚନା ମିଳିଛି ।

ମୁମ୍ବାଇରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ୧୦ ବର୍ଷ ଝିଅକୁ ତାଙ୍କ ପଡ଼ୋଶୀ ଘରର କୁକୁର ଭୟଙ୍କର ଭାବେ କାମ୍‌ୁଡ଼ି ଥିଲା । ଛୋଟ ଝିଅଟିକୁ ଝୁଣି ଝୁଣି କାମୁଡ଼ି ଥିଲା କୁକୁର । ତେବେ କୁନି ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଡାକ୍ତରମାନେ ପାଖାପାଖି ୨ ଘଣ୍ଟା ଧରି ଝିଅର ଅପରେସନ କରିଥିଲେ । ପରେ ଝିଅ ଶରୀରରେ ପାଖାପାଖି ୪୫ଟି ଷ୍ଟିଚ୍‌ ଲଗାଯାଇଥିଲା । ଏହି ମାମଲାଟି ଅନ୍ଧେରୀ ଇଷ୍ଟ ହାଉସିଙ୍ଗ ସୋସାଇଟିରେ ହୋଇଥିବା ଜଣାପଡ଼ିଛି । ସମ୍ପୃକ୍ତ ଘଟଣାକୁ ନେଇ ଝିଅର ବାପା କୁକୁର ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଆଇପିସି ଧାରା ୧୫୪ ଅନୁସାରେ ମାମଲା ରୁଜୁ ହୋଇଛି । ପଡ଼ୋଶୀଙ୍କ କହିବା ଅନୁସାରେ ଏହି କୁକୁର ତୃତୀୟ ଥର ପାଇଁ ଆକ୍ରମଣ କରିଛି ଅର୍ଥାତ ପୂର୍ବରୁ ଦୁଇ ଥର ଆକ୍ରମଣ କରି ସାରିଛି ।

ଝିଅର ଅଭିଭାବକଙ୍କ କହିବା ଅନୁସାରେ ଏହି ଘଟଣା ଗତ ୨୭ ନଭେମ୍ବରରେ ଘଟିଥିଲା । ଝିଅର ବାପା ମା’ଙ୍କ କହିବା ଅନୁସାରେ ତାଙ୍କ ଝିଅ ବିଲ୍ଡିଂ ନମ୍ବର ୫ରେ ରହୁଥିବା ତାର ସାଙ୍ଗକୁ ଦେଖା କରିବାକୁ ଯାଉଥିଲା । ଏହି ସମୟରେ ଝିଅର ସାଙ୍ଗ ଘରେ ଥିବା କୁକୁର ଘର ବାହାରକୁ ଆସି ଝିଅକୁ ଆକ୍ରମଣ କରିଥିଲା । ଝିଅ ଛୋଟ ଥିବାରୁ ନିଜକୁ ବଞ୍ଚାଇବାରେ ଅସମର୍ଥ ଥିଲା ।

କୁକୁର ମାଲିକ କହିଥିଲେ ଯେ ସେ ଝିଅ ଚିିକିତ୍ସାର ସମସ୍ତ ଅର୍ଥ ଦେବାକୁ ପ୍ରସ୍ତୁତ । ୧୦ ବର୍ଷିୟ ଝିଅର ବାପା ଏହି ଘଟଣାକୁ ନେଇ ଗତ ୩୦ ନଭେମ୍ବରରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଅଭିଯୁକ୍ତମାନଙ୍କୁ ପଚରା ଉଚୁରା ପରେ ଯେ କେହି ସାମ୍ନାକୁ ଆସିବ, ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.