ଶୋଇଥିବା ବେଳେ କାମୁଡ଼ିଦେଲା ସାପ, ୮ ମାସର ଝିଅ ଓ ସାପକୁ ଧରି ମେଡିକାଲ ପହଞ୍ଚିଲେ ବାପା-ମା

ଜଳେଶ୍ୱର (କେନ୍ୟୁଜ): ବିଛଣାରେ ଶୋଇଥିବା ବେଳେ ଝିଅକୁ କାମୁଡିଲା ବିଷଧର ସାପ। ପରିବାର ଲୋକେ ସାପ ସହିତ ଝିଅକୁ ଧରି ପହଞ୍ଚିଲେ ହସପିଟାଲ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ ଗତକାଲି ରାତିରେ ବାୟା ଗ୍ରାମର ଦିଲ୍ଲିପ ପାଣିଗ୍ରାହୀଙ୍କର ୮ ମାସର ଶିଶୁ କନ୍ୟା ପ୍ରୀୟଙ୍କା ପାଣିଗ୍ରାହୀ ବାପା ମା ସହ ମଶାରି ଭିତରେ ଶୋଇଥିଲା ବେଳେ ଭୋର ସମୟରେ ଝିଅଟି ଚିତ୍କାର କରି କାନ୍ଦିବାରୁ ବାପା ମା ଝିଅ ପାଖରେ ଏକ ବିଷଧର ସାପ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏହା ସହ ଝିଅର ହାତ ପାପୁଲିରେ ରକ୍ତ ବାହାର ଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକେ ଶିଶୁ କନ୍ଯା ସମେତ ଉକ୍ତ ସାପକୁ ଧରି ଏକ ଡବାରେ ପୂରାଇ ନିକଟସ୍ଥ ବସ୍ତା ହସ୍ପିଟାଲ ପହଞ୍ଚିଥିଲେ। ମାତ୍ର ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ। ଝିଅ ର ଜୀବନ ବଞ୍ଚାଇବା ପାଇଁ ବିଷାକ୍ତ ସାପ ଟିକୁ ଧରି ହସ୍ପିଟାଲକୁ ଆସିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।